ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ ହୋଇଛି । ଏହି ବୈଠକରେ ୧୦ଟି ଦିଗ ଉପରେ ଫୋକସ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । CMଙ୍କ ଅଫିସରୁ ଆସୁଥିବା UI ନୋଟ୍ର ତୁରନ୍ତ ଉତ୍ତର ସହ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟରେ ଅଧିକାରୀମାନେ ଅଫିସ୍ ଆସିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି । ସୁଧାର ଆଣିବାକୁ ସୁଯୋଗ ଦିଆଯିବ, ସୁଧାର ନଆସିଲେ ଆଗୁଆ ଅବସରରେ ଗୁରୁତ୍ୱ ଦିଆଯିବ । ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ । ସେହିପରି ଜିଲ୍ଲାସ୍ତରୀୟ ସବୁ ସରକାରୀ ଅଫିସରେ ଲାଗିବ AI କ୍ୟାମେରା । ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା । ପରେ ଜିଲ୍ଳା ସ୍ତରୀୟ ସବୁ ସରକାରୀ ଅଫିସରେ AI କ୍ୟାମେରା ଲଗାଯିବ । ଏହା ସହ ଅକ୍ଟୋବର ମାସରୁ ଆରମ୍ଭ ହେବ CM ଡାସ୍ ବୋର୍ଡ । କେନ୍ଦ୍ରୀୟ ସ୍କିମ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ । ୧୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ୱ ବିଭଗ ସମୀକ୍ଷା କରିବେ । ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ । ଅଫିସରଙ୍କୁ ଫିଲ୍ଡ ଭିଜିଟ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ହୋଇଛି । ଏନ୍ଫୋର୍ସମେଣ୍ଟ ଉପରେ ସରକାରଙ୍କ ଗୁରୁତ୍ବ ବୋଲି ବୈଠକରେ କୁହାଯାଇଛି । Post navigation ପୁଣି ଜଣେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ ? ତାହାକୁ ନେଇ ପ୍ରକାଶ ପାଇଲା ସୂଚୀ