ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କ ହେବ ସର୍ଭେ । ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି । ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଅଙ୍ଗନବାଡ଼ି କର୍ମୀ । ଏଥିପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ଜନ୍ମରୁ ୬ବର୍ଷ ମଧ୍ୟରେ ଥିବା ଭିନ୍ନକ୍ଷମ ଶିଶୁଙ୍କ କରାଯିବ ସର୍ଭେ ।ଚିହ୍ନଟ ଶିଶୁଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ । NEP-୨୦୨୦,RPWD ଆକ୍ଟ ୨୦୧୬ରେ କରାଯିବ ସାମିଲ । ସର୍ଭେ ଠିକ୍ ଭାବେ ହେଉଛି କି ନାହିଁ ଅଧିକାରୀମାନେ ଯାଞ୍ଚ କରିବେ । ଭିନ୍ନକ୍ଷମ ଅଧିକାର ଆକ୍ଟ (ଆର୍ପିଡବ୍ଲୁଡି),୨୦୧୬ରେ ଥିବା ସମସ୍ତ ୨୧ କାଟାଗୋରୀରେ ସମସ୍ତ ଭିନ୍ନକ୍ଷମ ଶିଶୁଙ୍କୁ ସାମିଲ କରାଯିବ । ଅଙ୍ଗନବାଡ଼ି କର୍ମୀମାନେ ନିଜ ଅଞ୍ଚଳରେ ଘର ଘର ବୁଲି ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏହାର ସଂପୂର୍ଣ୍ଣ ଡାଟା ଆଇସିଡିସି ସୁପରଭାଇଜରଙ୍କ ଦ୍ୱାରା ସିଡିପିଓଙ୍କୁ ପ୍ରଦାନ କରାଯିବ । ଏହି ସର୍ଭେ ଠିକ୍ ଭାବେ ହେଉଛି କି ନାହିଁ ତାକୁ ଅଧିକାରୀମାନେ ଯାଞ୍ଚ କରିବେ । ଏହି ସର୍ଭେ ପ୍ରକ୍ରିୟା ଆସନ୍ତା ୧ ମାସ ମଧ୍ୟରେ ଶେଷ ହେବ । କର୍ତ୍ତୃପକ୍ଷ ଗୁରୁତ୍ୱାରୋପ କରିଛନ୍ତି ଯେ ସର୍ଭେର ଲକ୍ଷ୍ୟ ଅକ୍ଷମ ପିଲାମାନଙ୍କର ଶୀଘ୍ର ଚିହ୍ନଟ ସୁନିଶ୍ଚିତ କରିବା। ଚିହ୍ନଟ ହେବା ପରେ, ଏହି ପିଲାମାନଙ୍କୁ ସେମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଡିଜାଇନ୍ କରାଯାଇଥିବା ବିଭିନ୍ନ ରାଜ୍ୟ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏହି ସର୍ଭେ ଅକ୍ଷମ ପିଲାମାନଙ୍କ ପାଇଁ ନୀତି ଏବଂ କାର୍ଯ୍ୟକ୍ରମଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ। ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସାମାଜିକ ସୁରକ୍ଷା ଯୋଜନାରେ ସେଗୁଡ଼ିକୁ ସାମିଲ କରି, ରାଜ୍ୟ ଏକ ଅଧିକ ଅନ୍ତର୍ଭୁକ୍ତ ସମାଜ ଗଠନ କରିବାକୁ ଲକ୍ଷ୍ୟ ରଖିଛି। Post navigation Nuapada Bypoll: ନୂଆପଡା ଉପ ନିର୍ବାଚନ: ବୁଥ ରିଗିଙ୍ଗର ଅଭିଯୋଗ ଆଣିଲା ବିଜେଡ଼ି kharif Paddy: ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ଖରିଫ ଧାନ କିଣା