କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ । ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗରେ ଗିରଫ କଲା ପୁଲିସ। ଗତ ମାର୍ଚ୍ଚ ୧୮ରେ ଜଣେ ଯୁବତୀଙ୍କୁ ନିଶା ଦେଇ ଏକ ହୋଟେଲରେ ଦୁଷ୍କର୍ମ କରିଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଥିଲା ।

ଗିରଫ ଉଦିତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଆଧାରରେ ୫ଟି ଗମ୍ଭୀର ଦଫା ଲାଗିଛି । ସେଗୁଡିକ ହେଲା ଦଫା ୬୪(୧), ଦଫା ୧୨୩, ଦଫା ୨୯୬, ଦଫା ୭୪ ଓ ଦଫା ୩୫୧(୨) ।

ସୂଚନା ଯୋଗ୍ୟ; ମାର୍ଚ୍ଚ ୧୮ ତାରିଖ ଦିନ ସନ୍ଧ୍ୟାରେ ତାଙ୍କ ବନ୍ଧୁ ଆୟୁଷ୍ମାନ ସାହୁ ତାଙ୍କୁ ଓ ଜଣେ ମହିଳା ସାଙ୍ଗଙ୍କୁ ବୁଲିଯିବାକୁ କହି ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ନେଇଯାଇଥିଲେ। ସେଠାରେ ସହପାଠୀ ଜଣଙ୍କ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ । ପରେ ସମସ୍ତେ ମଞ୍ଚେଶ୍ବର ଥାନା ଅଞ୍ଚଳର ଏକ ହୋଟେଲକୁ ଯାଇଥିଲେ। ସେଠାରେ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିଲେ ।  ଏହାପରେ ଏ ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ଉଦିତ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତ ଉଦିତ ପ୍ରଧାନଙ୍କୁ ଗିରଫ କରିଛି ।

 

Leave a Reply

Your email address will not be published. Required fields are marked *