ଓଡିଶା ପୋଲିସକୁ ମିଳିବ ରାଷ୍ଟ୍ରପତିଙ୍କ ଦ୍ବାରା ମର୍ଯାଦାପୂର୍ଣ୍ଣ ସମ୍ମାନ । ରାଜ୍ୟ ପୋଲିସ ଖୁବଶୀଘ୍ର ଭାବେ ପାଇବାକୁ ଯାଉଛି ଦେଶର ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ‘ପ୍ରେସିଡେଣ୍ଟ କଲର୍ ଆୱାର୍ଡ’। ପ୍ରଥମ ଥର ପାଇଁ ପ୍ରେସିଡେଣ୍ଟ କଲାର ସମ୍ମାନରେ ସମ୍ମାନୀତ ହେବ ରାଜ୍ୟ ପୋଲିସ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ପରେ ସମ୍ମାନ ହାତେଇବା ପାଇଁ ଏକ ଭବ୍ୟ ଆୟୋଜନର କାର୍ଯ୍ୟକ୍ରମ ହେଉଛି ।

ଏହି ସମୟରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର କାର୍ଯ୍ୟକ୍ରମ ସମ୍ଭାବନା ରହିଛି । ଏହି ଗୌରବମୟ ସମ୍ମାନ ଦେବା ପାଇଁ ନିଜେ ଓଡ଼ିଶା ଆସିବେ ଭାରତର ରାଷ୍ଟ୍ରପତି। ସପ୍ତମ ବାଟାଲିଅନରେ ଭବ୍ୟ କ୍ରାର୍ଯ୍ୟକ୍ରମ ପାଇଁ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି । ଏହି ବିଶାଳ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୋଲିସ ମୁଖ୍ୟାଳୟରେ ଚାଲିଛି ଜୋରଦାର ପ୍ରସ୍ତୁତି।

‘ପ୍ରେସିଡେଣ୍ଟ କଲର୍ ଆୱାର୍ଡ’ ହେଉଛି ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସାମରିକ ୟୁନିଟ୍, ପୋଲିସ ବଳ କିମ୍ବା ତାଲିମ ପ୍ରତିଷ୍ଠାନକୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ। ଦୀର୍ଘଦିନ ଧରି ଦେଶସେବା, ସାହସିକତା, ଶୃଙ୍ଖଳା ଓ ପ୍ରଫେସନାଲିଜ୍ମର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏହା ଦିଆଯାଏ। ଏହା କେବଳ ଏକ ପୁରସ୍କାର ନୁହେଁ, ବରଂ ଏକ ଐତିହାସିକ ପରିଚୟ ଓ ଗୌରବର ପ୍ରତୀକ ଭାବେ ମନାଯାଏ। ଏହି ସମ୍ମାନ ସହ ଏକ ଆନୁଷ୍ଠାନିକ ପତାକା ମଧ୍ୟ ପ୍ରଦାନ କରାଯାଏ, ଯାହା ସଂସ୍ଥାର ଉତ୍କର୍ଷତାକୁ ପ୍ରତିବିମ୍ବିତ କରେ।

Leave a Reply

Your email address will not be published. Required fields are marked *