ଆସନ୍ତାକାଲି ସୁପ୍ରିମକୋର୍ଟରେ ନୂଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ମନୋନୟନ ସଂକ୍ରାନ୍ତ ମାମଲାର ଶୁଣାଣି ହେବ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗର ଏକ ଚିଠି ଅନେକ ସନ୍ଦେହ ଏବଂ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଏସ୍ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତିରେ ଓପିଆର୍ବି ଏବଂ ଏହାର ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ ସନ୍ଦେହ ଘେରକୁ ଆସିଥିଲେ। କିନ୍ତୁ ଗୋଟିଏ ଚିଠି ରାଜ୍ୟ ସରକାରଙ୍କୁ ମଧ୍ୟ ସନ୍ଦେହଘେରକୁ ନେଇଆସିଛି। ଏହି ଚିଠିଟି ଗତ ଅଗଷ୍ଟ ୩ ତାରିଖରେ ସିବିଆଇ ମହାନିର୍ଦ୍ଦେଶକଙ୍କୁ ଲେଖାଯାଇଥିଲା। ଏହାର ଉତ୍ତର ପରଦିନ ଦିଲ୍ଲୀର ସିବିଆଇ ଭିଜିଲାନ୍ସ ସେଲ୍ର ଜଣେ ଅଧିକାରୀ ଆଲୋକ କୁମାର ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅଭିଯୋଗ ସହିତ ତ୍ରିଲୋଚନ ମାଝୀ ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷାର ସିବିଆଇ ତଦନ୍ତ ସ୍ପେଶାଲ ରିପୋର୍ଟ ଜାଣିବାକୁ ଚାହିଁଥିଲେ। କିନ୍ତୁ ଏହି ଚିଠିରେ କେବଳ ସୁଶାନ୍ତ ନାଥଙ୍କ ବାବଦରେ ଜାଣିବାକୁ ଚାହିଁଛନ୍ତି ସରକାର। ଆଶ୍ଚର୍ଯ୍ୟ ହେଲେ ବି ସତ। ଏହାର ଉତ୍ତରରେ ସିବିଆଇ ପକ୍ଷରୁ କୁହାଯାଇଛି ଯେ ପୂରା ତଦନ୍ତ ପ୍ରକ୍ରିୟା ଚାଲି ରହିଛି। ଏଥିରେ ପରୀକ୍ଷା ପରିଚାଳନା କରିଥିବା ଏଜେନ୍ସି, ଓପିଆର୍ବି ଏବଂ ଅନ୍ୟମାନେ ରହିଛନ୍ତି। ଏଥିପାଇଁ ଅନୁମତି ଲୋଡ଼ାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ। ଅନୁମତି ମିଳିବା ପରେ ସୁଶାନ୍ତ କୁମାର ନାଥଙ୍କ ସମେତ ଅନ୍ୟମାନଙ୍କୁ ଜେରାର ଆବଶ୍ୟକତା ଦେଖାଦେବ। ଉପଯୁକ୍ତ କର୍ତ୍ତୃ ପକ୍ଷଙ୍କଠାରୁ ଅନୁମତି ଆବଶ୍ୟକ ରହିଛି। ଏହି ଦୁଇଟି ଚିଠି ବହୁତ କିଛି ଘଟଣା, ଘଟଣା ପଛର ଘଟଣା ଏବଂ ସରକାରଙ୍କ ଉଦ୍ଦେଶ୍ୟ ପଦାରେ ପକାଇ ଦେଇଛି। ଏଥିପାଇଁ ପ୍ରଥମେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଏକ ଚିଠି ଉଲ୍ଲେଖ କରିବା ନିତାନ୍ତ ପ୍ରୟୋ ୟାଜନ । ଏହି ଚିଠିଟି ଅନୁ ଗର୍ଗ ଲେଖୁଛନ୍ତି ଅଗଷ୍ଟ ୭ ତାରିଖ ଦିନ । ଠିକ ଏହିଦିନ ଭାରତୀୟ ଲୋକସେବା ଆୟୁକ୍ତ (ଓପିଏସ୍ସି)ର ଡିଜିପି ଚୟନ ବୈଠକ ବସିବାର ଥିଲା। ମୁଖ୍ୟ ସଚିବ ଲେଖିଛନ୍ତି ଯେ ଚୟନ କମିଟିର ପ୍ରସ୍ତାବିତ ବୈଠକକୁ ସ୍ଥଗିତ ରଖାଯାଉ କାରଣ । କିଛି ଘଟଣାବଳି ଦୃଷ୍ଟିରୁ ଏହି ବୈଠକ ସ୍ଥଗିତ ରଖିବାର ଆବଶ୍ୟକତା ରହିଛି । ପୂର୍ବରୁ ରାଜ୍ୟରେ ଡିଜିପି କ୍ୟାଡର ଓ ଏକ୍ସ-କ୍ୟାଡର ସଂଖ୍ୟା ବଢ଼ାଇବା ପାଇଁ ମୋହନ ସରକାରଙ୍କ ଆଗ୍ରହକୁ କେନ୍ଦ୍ର ମନା ବି କରିଦେଇଥିଲା। ଏହାସତ୍ତ୍ବେ ଏଡିଜି ପାହ୍ୟାର ୮ଜଣ ଆଇପିଏସ୍ ଅଧିକାରୀଙ୍କ ନାମ ଡିଜିପି ଚୟନ କମିଟିକୁ କାହିଁକି ପଠାଇଥିଲେ ସରକାର, ତାହା ଏଯାବତ ରହସ୍ୟ ହୋଇ ରହିଛି। ତେଣୁ ସନ୍ଦେହ କରାଯାଉଛି ଯେ ସମସ୍ତ ବରିଷ୍ଠତାକୁ ଉପେକ୍ଷା କରି ଜଣେ ଜୁନିଅର ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ ଡିଜିପି ପଦରେ ଦେଖୁବାକୁ ଚାହାନ୍ତି ସରକାର। ୨୦୨୫ ଅକ୍ଟୋବର ୨୫-୨୬ରେ ପୁଲିସ ଏଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଆସିଲା ସାମ୍ନାକୁ । ମକ୍ ଟେଷ୍ଟ ଦେବା ପାଇଁ ଆନ୍ଧ୍ର ପ୍ରଦେଶକୁ ନେଲାବେଳେ ଶ୍ରୀକାକୁଲମ୍ରେ ବସ୍ ସହ ପରୀକ୍ଷାର୍ଥୀ ଓ ଦଲାଲ ଧରାପଡ଼ିଥିଲେ। ମୁଖ୍ୟମନ୍ତ୍ରୀ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚଙ୍କୁ ଦାୟିତ୍ୱ ଦେଇଥିଲେ । ବର୍ତ୍ତମାନର ଡିଜିପି ବିନୟତୋଷ ମିଶ୍ର କ୍ରାଇମବ୍ରାଞ୍ଚ ଡିଜି ଥିଲେ। କିନ୍ତୁ ତଦନ୍ତକୁ ବାଟବଣା କରାଇବାରେ ତାଙ୍କ ବଡ଼ ଭୂମିକା ମଧ୍ଯ ଥିଲା । ତେବେ ସେ ଯାହାହେଉ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ ଦାୟିତ୍ଵ ସିବିଆଇକୁ ଦେବାଲାଗି ନିଷ୍ପତ୍ତି ନେଲେ । ତଦନୁସାରେ ରାଜ୍ୟ ସରକାର ସୁପାରିସ କଲେ। ଏହା ଗ୍ରହଣ ହେଲା। ସିବିଆଇ ତଦନ୍ତ ଆରମ୍ଭ ହୋଇଗଲା ୨୦୨୪ ନଭେମ୍ବରରୁ। ଅର୍ଥାତ ପାଖାପାଖି ବର୍ଷେ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ସୁପାରିସକୁ ମଞ୍ଜୁରୀ ଦେଇଥିଲେ କେନ୍ଦ୍ର ସରକାର। କାରଣ ସିବିଆଇ କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା। କିନ୍ତୁ ସ୍ପେଶାଲ ରିପୋର୍ଟ ମାଗିବା ପାଇଁ ରାଜ୍ୟ ସରକାର ଏତେ ଡିଲେ କଲେ କାହିଁକି ? ସିବିଆଇ ତଦନ୍ତ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ। ଏକାଧିକ ବାର ନିର୍ଭୟ କହିଆସୁଛି ସେ ରାଜ୍ୟ ସରକାର ତଦନ୍ତ ଅଗ୍ରଗତିର ରିପୋର୍ଟ ମାଗୁନାହାନ୍ତି କାହିଁକି ? ସିବିଆଇ ତଦନ୍ତ ଏତେ ଧୀମା ପଡ଼ିଗଲାଣି କାହିଁକି ? ରିପୋର୍ଟ ତଦନ୍ତ ପରି ପୁଲିସ ଏସ୍ଆଇ ତଦନ୍ତର ଭାଗ୍ୟ ହେବ କି? କିନ୍ତୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଦାସୀନତା ଅବଲମ୍ବନ କରିଆସୁଥିଲେ। ତଦନ୍ତ କରୁଛି ରାଜ୍ୟ ସିବିଆଇ। ତଦନ୍ତକାରୀ ଅଧିକାରୀଙ୍କୁ ଅଗ୍ରଗତି ବାବଦରେ କେବେ ବି ପଚରାଯାଇ ନାହିଁ। ଅଗଷ୍ଟ ୭ ତାରିଖରେ ୟୁପିଏସ୍ସି ଚୟନ କମିଟିର ବୈଠକ ବସିବାକୁ ଯାଉଥିବାବେଳେ ତା’ର ୪ ଦିନ ପୂର୍ବରୁ ହଠାତ ରାଜ୍ୟ ସରକାରଙ୍କର ଷ୍ଟାଟସ ରିପୋର୍ଟ କଥା ମନେ ପଡ଼ିଲା । ପୁଣି କେବଳ ଓପିଆର୍ବି ଅଧ୍ୟକ୍ଷ ସୁଶାନ୍ତ ନାଥଙ୍କ ବାବଦରେ କାହିଁ କି ? ସରକାରଙ୍କ କ୍ରାଇମବ୍ରାଞ୍ଚ ଥରୁଟିଏ ବି ସୁଶାନ୍ତଙ୍କୁ ପଚରାଉଚରା କରି ନଥିଲା। ନିର୍ଭୟ ବାରମ୍ବାର ଏହି ଦାବି କରିଆସୁଥିଲା। ଓପିଆର୍ବିରେ କ’ଣ କେବଳ ସୁଶାନ୍ତ ନାଥ ଥିଲେ ? ଆଉ କେଉଁ ଅଧିକାରୀଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ ? ରାଜ୍ୟ ସରକାର ଓପିଆର୍ବିର ଅନ୍ୟ ଅଧିକାରୀଙ୍କ ସମ୍ପୃକ୍ତି ବିଷୟରେ କାହିଁକି ଜାଣିବାକୁ ଚାହିଁଲେ ନାହିଁ ? ଅଗଷ୍ଟ ୪ ତାରିଖରେ ସିବିଆଇ ପକ୍ଷରୁ ଯେଉଁ ଉତ୍ତର ରାଜ୍ୟ ସରକାରଙ୍କୁ ଦିଆଯାଇଛି, ତାହାର ତ ଅନୁଧ୍ୟାନ କରିସାରିଥିବେ ସରକାର। ଏଥିରେ କ’ଣ ଲେଖାଅଛି ? ଏଥିରେ ସ୍ପଷ୍ଟ ଲେଖାଅଛି ଯେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଅପେକ୍ଷାରେ। ଉଚ୍ଚ କର୍ତ୍ତୃପକ୍ଷ କିଏ? ରାଜ୍ୟ ସରକାର ଚିଠି ସିବିଆଇ ମହାନିର୍ଦ୍ଦେଶକଙ୍କୁ ଲେଖିଥିଲେ। ଅର୍ଥାତ ଅନୁମତି ଆଉ କାହା ପାଖରେ ଅଟକିଛି। ଏହି ଉଚ୍ଚ କର୍ତ୍ତୃପକ୍ଷ କେନ୍ଦ୍ର ସରକାରଙ୍କ ଛଡ଼ା ଆଉ କେହି ହୋଇ ନପାରନ୍ତି। ବଡ଼ବଡ଼ ଅଧିକାରୀ, ସେହିମାନଙ୍କ ଭିତରେ ଆଇପିଏସ୍ ଓ ଆଇଏଏସ୍ ଅଛନ୍ତି, ସେମାନଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଆବଶ୍ୟକ। ତେବେ କେନ୍ଦ୍ର କାହିଁକି ଚାହୁଁ ନାହିଁ? ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତକୁ ଯେଭଳି ମୋଦୀ ସରକାର ମୋଡ଼ି ମାଡ଼ି ମାରିଦେଲେ, ଠିକ୍ ସେ ସହି ଭଳି ପାଖାପାଖ୍ ୧୦୦୦ କୋଟି ଟଙ୍କାର ପୁଲିସ ଏସ୍ଆଇ ନିଯୁକ୍ତି ତଦନ୍ତର ଅବସ୍ଥା ସେୟା କରିବାକୁ ଚାହୁଁଛି କି କେନ୍ଦ୍ର ? ସ୍ପଷ୍ଟ ହୋଇଗଲା ଯେ ବରିଷ୍ଠ ଅଧିକାରୀ କାରୀଙ୍କ ବିରୋଧରେ ତଦନ୍ତ ଲାଗି କେନ୍ଦ୍ର ଅନୁମତି ଦେଇନାହାନ୍ତି। ଏବେ ରାଜ୍ୟ ସରକାର ୟୁପିଏସସି ଏବଂ ସୁପ୍ରିମକୋର୍ଟରେ କି ପ୍ରକାର ତଥ୍ୟ ରଖିବେ ? କେବଳ ଜଣଙ୍କ ପାଇଁ ସମ୍ପୂର୍ଣ୍ଣ ପୁଲିସ ଷ୍ଟ୍ରକଚରକୁ ଭାଙ୍ଗିଦେବା ପାଇଁ କାହିଁକି ଜିଦ୍ କଲେ ମୋହନ ସରକାର m Post navigation Odisha Govt Slashes PUCC Fine: ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି; କମିଲା PUCC ଫାଇନ୍