ଗୋ ହତ୍ୟା ରୋକିବାକୁ ବିଭିନ୍ନ ପଦକ୍ଷେପ ରାଜ୍ୟସରକାର ନେଉଥିଲେ ମଧ୍ୟ ଏହା ବନ୍ଦ ହେବାର ନାଆଁ ଧରୁନି। ତେଣୁ ଆଜି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ସଂପର୍କରେ ସୁଚନା ଦେଇ କହିଛନ୍ତି ଆସାମ ପରି ଓଡ଼ିଶାରେ ମଧ୍ୟ ବନ୍ଦ ହେବ ଗୋ-ହତ୍ୟା, ଗୋ ମାଂସ ବିକ୍ରି ଓ ଗୋରୁ ଚାଲାଣ । ଏ ନେଇ ରାଜ୍ୟ ସରକାର ଖୁବଶୀଘ୍ର କଡ଼ା ଆଇନ ସହ ବିଲ ଆଣିବାକୁ ବିଚାର କରୁଛନ୍ତି ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଗୋ ଚାଲାଣ ଓ ଗୋ ହତ୍ୟା ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ଅଛି । ଚଳିତ ବିଧାନସଭା ଅଧିବେଶନରେ କିଛି ପ୍ରାଇଭେଟ୍ ବିଲ ଆସିବାକୁ ଯାଉଛି।

ଅନ୍ୟପଟେ ଓଡ଼ିଶାରେ ଗୋ ହତ୍ୟା ବନ୍ଦ ନେଇ ମନ୍ତ୍ରୀଙ୍କ ବୟାନକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମୀଳା ମଲ୍ଲିକ । ସେ କହିଛନ୍ତି ଗୋ ହତ୍ୟା ରୋକ୍ ପାଇଁ ପଦକ୍ଷେପ ସ୍ବାଗତଯୋଗ୍ୟ । କିନ୍ତୁ କେଉଁ ଦଳର ଲୋକ ଗୋ ଚାଲାଣ କରୁଛନ୍ତି ଚିହ୍ନଟ ହେଉ । ପ୍ରଥମେ ଗୋ ଚାଲାଣକାରୀ ଚିହ୍ନଟ ହୁଅନ୍ତୁ, ତାପରେ ବିଲ୍ ଆସୁ ।

ସୂଚନଯୋଗ୍ୟ; ଗତକାଲି ଆସାମ ସରକାରଙ୍କ କ୍ୟାବିନେଟ୍ ବୈଠକରେ ଗୋମାଂସକୁ ବଡ଼ ନିଷ୍ପତି ନିଆଯାଇଛି । ଆସାମ ସରକାର ଗୋମାଂସ ଉପରେ କଟକଣା ଲଗାଇଛନ୍ତି । ରାଜ୍ୟର କୌଣସି ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସର୍ବସାଧାରଣ ସ୍ଥାନରେ ଗୋମାଂସ ବିକ୍ରି କରାଯାଇ ପାରିବ ନାହିଁ । ଏ ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

Leave a Reply

Your email address will not be published. Required fields are marked *