ରାଜ୍ୟରେ ବୃଦ୍ଧି ହେବ ମେଡ଼ିକାଲ ପିଜି ସିଟ୍ । ସରକାରୀ ମେଡିକାଲ କଲେଜରେ ଆଉ ୫୦୨ ପିଜି ସିଟ୍ ବୃଦ୍ଧି ଯୋଜନା ହୋଇଛି । ଆଗାମୀ ୨ ବର୍ଷ ମଧ୍ୟରେ ପିଜି ସିଟ୍ ବଢ଼ାଇବାକୁ ସରକାରଙ୍କ ଯୋଜନା କରୁଛନ୍ତି । ଏ ନେଇ ରାଜ୍ୟର ୧୨ ମେଡିକାଲ କଲେଜକୁ ଚିଠି ଲେଖିଲେ DMET । ଭିତ୍ତିଭୂମି ପ୍ରସ୍ତୁତି ଆରମ୍ଭ ଲାଗି ଚିଠିରେ DMETଙ୍କ ନିର୍ଦ୍ଦେଶ ରହିଛି ।

ସେଥିମଧ୍ୟରେ ରହିଛି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୩୭ ସିଟ୍, ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୫୭, ବାରିପଦାରେ ୧୮, ପିଜିଆଇଏମଇଆର୍ ଏବଂ ସିଏଚରେ ୨୬, ଭୁବନେଶ୍ୱରରେ ୨୬, କଟକ ଏସସିବି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୨୪, ତାଳଚେରରେ ୩୬, ଯାଜପୁର ଏମଜେକେଏମଲିଏଚରେ ୭୦, ଜିଏମସିଏଚ୍ ଫୁଲବାଣୀରେ ୭୬, ସହୀଦ ଲକ୍ଷ୍ମଣ ନାଏକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ କୋରାପୁଟରେ ୭୫, ଏସଆରଏମଏମସିଏଚ୍ କଳାହାଣ୍ଡି ୩୫, ଏମକେସିଜି ବ୍ରହ୍ମପୁରରେ ୧୯ ଏବଂ ଜିଏମସିଏଚ ସୁନ୍ଦରଗଡ଼ ୨୯ ଟି ସିଟ୍ ବୃଦ୍ଧି କରାଯିବାର ଯୋଜନା ରହିଛି ।

Leave a Reply

Your email address will not be published. Required fields are marked *