ନୂତନ ବର୍ଷ ଆରମ୍ଭରୁ ପୁଣି ଚର୍ଚ୍ଚାରେ ନବୀନଙ୍କ ଉତ୍ତରାଧିକାରୀ । ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପରେ ଉତ୍ତରାଧିକାରୀ ପ୍ରତିକ୍ରିୟା ଦେଇଛନ୍ତି ଅଶୋକ ପଣ୍ଡା । ସେ କହିଛନ୍ତି ନବୀନ ବାବୁ ନିଜେ କହିଛନ୍ତି ଓଡ଼ିଶାବାସୀ ଉତ୍ତରାଧିକାରୀ ବାଛିବେ ।କିଏ ଚାହିଁଚି ସିଏ ଅଲଗା କଥା, କିନ୍ତୁ ସବୁଠାରୁ ବଡ଼ କଥା ହେଲା ଗ୍ରହଣୀୟତା । ଓଡିଶା ଲୋକ ନବୀନ ବାବୁଙ୍କୁ ଗ୍ରହଣ କଲେ, ବିଜୁ ବାବୁ କଣ ବାଛିଥିଲେ?

ସେ ଆଉ ମଧ୍ୟ କହିଛନ୍ତି ଯାହାକୁ ଓଡ଼ିଶାବାସୀ ଗ୍ରହଣ କରିବେ, ସିଏ ହିଁ ଓଡ଼ିଶାବାସୀଙ୍କ ସ୍ଵାର୍ଥ ଜଗିବ । ଦଳରେ ସମସ୍ତେ ଗୋଟିଏ କଥା କହୁଛନ୍ତି, ନବୀନ ବାବୁ ଆମର ନେତା । ତାଙ୍କରି ନେତୃତ୍ୱରେ ରହିଛୁ ଏବଂ କାମ କରୁଛି । ନବୀନଙ୍କ ଉପରେ ଦ୍ୱିତୀୟ ନେତା ସୃଷ୍ଟି ହୋଇ ନାହିଁ ଏବଂ ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ଅଶୋକ ପଣ୍ଡା ।

ସୂଚନା ଯୋଗ୍ୟ; ଅଶୋକ ପଣ୍ଡା ଆଜି ନବ ବର୍ଷ ଉପଲକ୍ଷେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଏହା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜୁ ବାବୁ ଉତ୍ତରାଧିକାରୀ ବାଛିନଥିଲେ । ଓଡ଼ିଶାବାସୀ ନବୀନ ବାବୁଙ୍କୁ ଗ୍ରହଣ କରିଥିଲେ । ନବୀନ ବାବୁ ନିଜେ କହିଥିଲେ ଓଡ଼ିଶା ଉତ୍ତରାଧିକାରୀ ବାଛିବେ । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଗ୍ରହଣୀୟତା । ଯାହାକୁ ଓଡ଼ିଶାବାସୀ ଗ୍ରହଣ କରିବେ ସେ ହିଁ ଓଡ଼ିଶାର ସ୍ୱାର୍ଥକୁ ଜଗିବ ।

Leave a Reply

Your email address will not be published. Required fields are marked *