ରାଜ୍ୟରେ ବିଦ୍ୟୁତ୍ ବିଲ୍ ବାକି ପଡ଼ିଛି ପ୍ରାୟ ୭ ହଜାର କୋଟି ଟଙ୍କା । ଏ ନେଇ ଆଜି ରାମଚନ୍ଦ୍ର କାଡ଼ାମ୍ଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଆଜି ଗୃହରେ ରାମଚନ୍ଦ୍ର କାଡ଼ାମ୍ ପ୍ରଶ୍ନ କରିଥିଲେ ଯେ ଉପମୁଖ୍ୟ ମନ୍ତ୍ରୀ ଅନୁଗ୍ରହ କରି କହିବେ କି . – ରାଜ୍ୟରେ କେତେ ଟଙ୍କା ବିଜୁତି ବକେୟା ରହିଛି ତାହା କେବେଠାରୁ ଓ କେଉଁ କେଉଁ କମ୍ପାନୀ ମାନଙ୍କ ଉପରେ କେତେ ଟଙ୍କା ବକେୟା ରହିଛି, ଏହି ବକେୟା ଅର୍ଥ ଆଦାୟ କରିବା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ? ଏହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ବିଦ୍ୟୁତ୍ ବିତରଣକାରୀ ସଂସ୍ଥାମାନଙ୍କ ଠାରୁ ପ୍ରାପ୍ତ ତଥ୍ୟାନୁସାରେ ରାଜ୍ୟରେ ସକ୍ରିୟ ଗ୍ରାହକ ମାନଙ୍କ ଉପରେ ସର୍ବମୋଟ୍ ୬ ହଜାର ୫୫୮ କୋଟି ଟଙ୍କା ବିଲ୍ ବାକି ରହିଛି । ଏବଂ ଶିଳ୍ପ ଓ ବାଣିଜ୍ୟକ ଗ୍ରାହକଙ୍କ ଉପରେ ୩୯୮ କୋଟି ୯୩ ଲକ୍ଷ ଟଙ୍କା ବକେୟା ପଡ଼ିଛି । ସେହିପରି ବକେୟା ମାସିକ ବିଦ୍ୟୁତ୍ ବିଲ୍ ଆଦାୟ ନିମନ୍ତେ ସଂସ୍ଥାମାନଙ୍କ ତରଫରୁ ଘରକୁ ଯାଇ ବିଦ୍ୟୁତ୍ ଦେୟ ଆଦାୟ କରାଯାଉଛି । ବକେୟା ବିଦ୍ୟୁତ୍ ବିଲ୍ ଆଦାୟ ନିମନ୍ତେ ବିଦ୍ୟୁତ୍ ବିଲ୍ ଦେଇ ନଥିବା ସଂସ୍ଥାମାନଙ୍କ ତରଫରୁ ଶିବିର (camp) କରାଯାଇ ବିଦ୍ୟୁତ୍ ବିଲ୍ ଆଦାୟ କରାଯାଉଛି । ଯେଉଁ ଉପଭୋକ୍ତାମାନେ ବିଦ୍ୟୁତ୍ ବିଲ୍ ଧାର୍ଯ୍ୟ ତାରିଖରେ ପଇଠ ନ କରନ୍ତି, ସେମାନଙ୍କୁ ପୂର୍ବରୁ ନିର୍ଦେଶନାମା ଦିଆଯାଇ ସେମାନଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଉଛି । ସେହିପରି ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ସୁବିଧା ପାଇଁ ତଥା ତତ୍ କ୍ଷଣାତ୍ ବକେୟା ବିଦ୍ୟୁତ୍ ବଲ୍ ପଇଠ ପାଇଁ ଅନ୍ ଲାଇନ୍ ପେମେଣ୍ଟ ବ୍ୟବସ୍ଥା କରାଯାଇଛି । ଏହା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ଗ୍ରାମ ପଞ୍ଚାୟତରେ ଡିଜିଟାଲ ସଚେତନତା ବୃଦ୍ଧି କରାଯାଉଛି । Post navigation River Pollution: ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ