ପୁନଃବିଚାର ହୋଇପାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ । ବିଲ୍‌ ଉପରେ ଚଳିତ ଅଧିବେଶନରେ ହୋଇପାରେ ପୁନଃବିଚାର । ଏ ନେଇ ସୂଚନା ଦେଇଛନ୍ତି  କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ । ସେ କହିଛନ୍ତି ପୁନଃବିଚାର ପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ । ବିଭିନ୍ନ ସାମାଜିକ ସଂଗଠନ, ସାଧାରଣ ଲୋକେ ସମାଲୋଚନା କଲେ । ଆସନ୍ତା ବଜେଟ୍ ଅଧିବେଶନରେ ପୁନଃବିଚାର ହୋଇ ବିଲ୍ ପାରିତ ହୋଇପାରେ ।କିଛି କମ୍ ହୋଇପାରେ ବିଧାୟକଙ୍କ ଦରମା ।

ଭାସ୍କର ମଢ଼େଇ ଆଉ ମଧ୍ୟ କହିଛନ୍ତି ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବିଭିନ୍ନ ସାମାଜିକ ସଂଗଠନ, ସାଧାରଣ ଲୋକେ ସମାଲୋଚନା କରିଛନ୍ତି । ତେଣୁ ବିଲ୍ ଉପରେ ପୁନଃବିଚାର କରିବାକୁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଛନ୍ତି । ଆପାତତଃ ସୁହାଇଲା ଭଳି ସର୍ବନିମ୍ନ ଆବଶ୍ୟକ ମୁତାବକ ଦରମା କରାଯାଉ । ଏହି ବିଷୟଟି ପୁଣି ଥରେ ବିଚାରାଧୀନ ଅଛି, ଏବଂ ଆଲୋଚନା ହୁଏତ ଦରମା ସଂଶୋଧନର ପରିମାଣ ଉପରେ କେନ୍ଦ୍ରିତ ହେବ। ବୃଦ୍ଧି ପ୍ରସ୍ତାବ ଜାରି ରହିଥିବା ବେଳେ, ଦରମାକୁ ୩.୫ ଲକ୍ଷ ଟଙ୍କା ସ୍ଥିର କରାଯିବା ଉଚିତ କି କମ୍ ସଂଖ୍ୟାରେ ସଂଶୋଧିତ କରାଯିବା ଉଚିତ ତାହା ଉପରେ ଆଲୋଚନା ହେବ। ସରକାର ବିଚାର କରୁଛନ୍ତି, ଅନୁଧ୍ୟାନ କରି ପଦକ୍ଷେପ ନେବେ ।

ସୂଚନା ଯୋଗ୍ୟ; ଶୀତ ଅଧିବେଶନରେ ଡିସେମ୍ବର ୯ ତାରିଖରେ ବିଧାୟକଙ୍କ ଭତ୍ତା ଓ ଦରମା ୩ ଗୁଣା ବୃଦ୍ଧି ନେଇ ବିଲ୍ ପାରିତ ହୋଇଥିଲା । ଏଥିରେ ବିଧାୟକଙ୍କ ମୋଟ ଦରମା ଓ ଭତ୍ତା ୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୩ ଲକ୍ଷ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା। କିନ୍ତୁ ଏହା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା । ଏହି ବିଧେୟକକୁ ସମସ୍ତ କ୍ଷେତ୍ରରେ ତୀବ୍ର ବିରୋଧ କରାଯାଇଥିଲା ।

Leave a Reply

Your email address will not be published. Required fields are marked *