ଆଜି ଓଡିଶା ସମେତ ସମଗ୍ର ଦେଶର ୪୫ ଟି ସ୍ଥାନରେ ରୋଜଗାର ମେଳାର ୧୪ତମ ସଂସ୍କରଣରେ ଆଭାସୀ ଜରିଆରେ ୭୧,୦୦୦ ନବନିଯୁକ୍ତ ଯୁବକଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ସ୍ଥିତ ଆଇଆଇଏମଟି ଠାରେ ଆୟୋଜିତ ‘ରୋଜଗାର ମେଳା’ ରେ ଯୋଗ ଦେଇ ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସଙ୍କ ତରଫରୁ ଗାର୍ଡ ଅଫ୍ ଅନର ଗ୍ରହଣ କରିବାସହ ଓଡ଼ିଶାର ସିଆରପିଏଫ, ଉଚ୍ଚ ଶିକ୍ଷା, କନଷ୍ଟେବଲ୍ ଆଦି ପଦରେ ୪୦୦ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ବାଣ୍ଟିଥିଲେ । ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦପଦବୀ ପୂରଣ ଏବଂ ଯୁବବର୍ଗଙ୍କୁ ରୋଜଗାର ଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ କ୍ରମାଗତ ଭାବେ ରୋଜଗାର ମେଳା ଆୟୋଜନ କରାଯାଇ ଆସୁଛି । ବତ୍ତର୍ମାନ ସୁଦ୍ଧା କେନ୍ଦ୍ର ସରକାର ସାଢ଼େ ୮ ଲକ୍ଷ ନିଯୁକ୍ତି ଦେଇ ସାରିଛନ୍ତି । Post navigation ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ଫେଲ୍; ନୋ ଡିଟେନ୍ସନ ପଲିସି ରଦ୍ଦ କଲା କେନ୍ଦ୍ର ବିଜେଡି ନିଜ ହାରିବାର ଆତ୍ମସମୀକ୍ଷା କରିବା ଆବଶ୍ୟକ: ସାଂସଦ ବଳଭଦ୍ର ମାଝୀ