Odisha Matric question papers to have numbering, barcodes, watermark

ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୫ ର ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ‌ବୋର୍ଡ ବଡ଼ ପଦକ୍ଷେପ ନେଇଛି । ଅତ୍ୟାଧୁନିକ ହେବ ଚଳିତବର୍ଷର ଦଶମ ଶ୍ରେଣୀ ପରୀକ୍ଷା ପରିଚାଳନା ।

ଚଳିତ ଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ରର ସିରିଏଲ ନମ୍ବରିଂ ବ୍ୟବସ୍ଥା କରାଯିବ । ସମସ୍ତ ପ୍ରଶ୍ନପତ୍ରରେ ରହିବ ବାରକୋଡ ଓ ୱାଟରମାର୍କ । ଯାହା ଫଳରେ ଏହାକୁ ଲିକ୍‌ କରି ଭାଇରାଲ କରିବା ଆଦୌ ସମ୍ଭବ ହେବନାହିଁ ।

‘ସେଲ୍ଫ ଡିସପ୍ଲେ ୱାଟରମାର୍କ’ ଥିବା ଏହି ପ୍ରଶ୍ନପତ୍ରର ଫଟୋ ଉଠିଲେ ତାହା କେଉଁ ପରୀକ୍ଷାର୍ଥୀଙ୍କର ପ୍ରଶ୍ନପତ୍ର, କେଉଁ ସେଣ୍ଟରର ଏବଂ କେଉଁ ହଲର ଜଣାପଡିଯିବ ।

ପ୍ରତ୍ୟେକ ପ୍ରଶ୍ନପତ୍ରର ସିରିଏଲ ନମ୍ବର ଥିବା ଯୋଗୁଁ ପ୍ରଶ୍ନପତ୍ର ଯଦି ଭାଇରାଲ ହେଲା ତେବେ ତାହା କେଉଁ ସେଣ୍ଟରରୁ ଜଣାପଡିବ ।

By Nirvay

Leave a Reply

Your email address will not be published. Required fields are marked *