ଓଡ଼ିଆରେ ନାମ ଫଳକ ଲେଖିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି ରାଜ୍ୟ ସରକାର। ଓଡ଼ିଆରେ ନାମ ଫଳକ ନ ଥିବାରୁ ୩୧୯ ଦୋକାନୀଙ୍କଠୁ ଆଦାୟ ହୋଇଛି ଜରିମାନା । ୨୫୯୪ ଜଣଙ୍କ ମଧ୍ୟରୁ ୩୧୯ ଦୋକାନୀ ଜରିମାନା ଗଣିଥିବା ଆଜି ଗୃହରେ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ଆଜି ଗୃହରେ ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଶ୍ନ କରିଥିଲେ ଯେ ୨୦୨୦ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ କେଉଁ ତାରିଖରେ ବିଭିନ୍ନ ପ୍ରତିଷ୍ଠାନର ନାମଫଳକ ଓଡିଆରେ ଲେଖିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲାଣି; ଓଡ଼ିଆ ଭାଷାରେ ନାମଫଳକ ନ ଲେଖିଲେ କ’ଣ ସବୁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ଓ ଏହି ଆଧାରରେ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ପ୍ରତିଷ୍ଠାନ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହାର ଏକ ଜିଲ୍ଲାୱାରୀ ତାଲିକା ପ୍ରଦାନ କରିବେ କି ?

ଏହାର ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ୍, ୧୯୫୬ ର ଧାରା ୪(୨) ଅନୁଯାୟୀ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଭାଷାରେ ନାମ ଫଳକ ପ୍ରଦର୍ଶନ କରିବା ନିମନ୍ତେ ବାଧ୍ୟତାମୂଳକ କରାଯାଇଛି ସମ୍ବନ୍ଧରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଉପରୋକ୍ତ ଆଇନ୍‌ ଧାରା ୩୮ ଅନୁଯାୟୀ ଏକ ନିର୍ଦ୍ଦେଶପତ୍ର ସଂଖ୍ୟା ୭୪୭ ତା ୦୧.୦୨.୨୦୧୮ ରେ ଜାରି କରାଯାଇଛି।

୨୦୨୦ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ଏ ସମ୍ବନ୍ଧରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ବିଭିନ୍ନ ସମୟରେ ଉକ୍ତ କାର୍ଯ୍ୟକୁ ଗୁରୁତ୍ବ ଦେବା ପରୀପ୍ରେକ୍ଷୀ ରେ ବିଭିନ୍ନ ବିଭାଗ ଅଧିନ କାର୍ଯ୍ୟାଳୟ ଗୁଡ଼ିକୁ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନକୁ ପତ୍ରମାଧ୍ଯମରେ ସୁନିଶ୍ଚିତ କରିବାକୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ, ୧୯୫୬ ର ଧାରା ୩୫ ଅନୁଯାୟୀ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବରେ ନାମଫଳକ ପ୍ରଦର୍ଶନ ପ୍ରାବଧାନକୁ ଖିଲାପ କଲେ ସମ୍ପୃକ୍ତ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ପ୍ରଥମ ଥର ଖ୍ଲାପ ନିମନ୍ତେ ୫୦୦୦ଙ୍କା ପର୍ଯ୍ୟନ୍ତ ଓ ୨ୟ ବିଧିବଦ୍ଧ ଖିଲାପ ନିମନ୍ତେ ଟ.୨୫,୦୦୦ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାର ବିଧିବଦ୍ଧ ବ୍ୟବସ୍ଥା ରହିଛି । ୨୦୨୩ରୁ ୨୦୨୫ ମଧ୍ୟରେ ୨୫୯୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ୨୫୯୪ ଜଣଙ୍କ ମଧରୁ ୩୧୯ ଦୋକାନୀ ଜରିମାନା ଗଣିଛନ୍ତି।

Leave a Reply

Your email address will not be published. Required fields are marked *