ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ଅବସରରେ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ସାମୂହିକ ‘ବନ୍ଦେ ମାତରମ୍’ ଗାନ ହୋଇଛି । ସବୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ସାମୂହିକ ଗାନ ହୋଇଥିବା ଦେଖାଯାଇଛି । ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦ୍ବାରା ସାମୂହିକ ଗାନ କରିଛନ୍ତି । ଛାତ୍ରଛାତ୍ରୀ ବନ୍ଦେ ମାତରମ୍ ଗାନ କରିବା ସହ ଆତ୍ମନିର୍ଭର ଭାରତ ସ୍ବଦେଶୀ ସଙ୍କଳ୍ପ ପାଠ କରିଛନ୍ତି। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଥିଲା। ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସାମୂହିକ ବନ୍ଦେ ମାତରମ୍ ଗାନ ନିମନ୍ତେ ରାଜ୍ୟବ୍ୟାପୀ ‘ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ’ କରାଯାଇଥିଲା। ଯେଉଁଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। Post navigation New Lok Seva Bhavan: ନୂଆ ଲୋକସେବା ଭବନ ଓ ବିଧାନସଭା ପାଇଁ ପଡ଼ିବ ଭିତ୍ତିପ୍ରସ୍ତର Odisha Road Safety: ଦୁର୍ଘଟଣା ରୋକିବାକୁ ‘4 E’ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ