ଚାଳିତବର୍ଷ ନୟାଗଡ଼ ବିଧାନସଭା ନିର୍ବାଚନ ଅନିୟମିତତା ହୋଇଥିବା ଅଭିଯୋଗକୁ ଆଧାରକରି ହାଇକୋର୍ଟରେ ମାମଲା ଦାଏର ପରେ ବିଜେଡି ବିଧାୟକ ଅରୁଣ ସାହୁଙ୍କୁ ଜାରି ହୋଇଛି ନୋଟିସ । ନିର୍ବାଚନ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ପରେ ବିଧାୟକ ଅରୁଣ ସାହୁଙ୍କୁ ହାଇକୋର୍ଟଙ୍କ ନୋଟିସ। ଆସନ୍ତା ୨୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ , ଚଳିତବର୍ଷ ବିଧାନସଭା ନିର୍ବାଚନରେ ନୟାଗଡ଼ ସିଟ୍‌ରେ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କୁ ମାତ୍ର ୪୩୯ ଖଣ୍ଡ ଭୋଟରେ ହରାଇଥିଲେ ବିଜେଡିର ଅରୁଣ କୁମାର ସାହୁ। ଏହାପରେ ସେ ବିଧାୟକ ଅରୁଣ ସାହୁ ନିର୍ବାଚନ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *