ଓପିଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ରାଜ୍ୟର ମୋଟ୍ ୧୯ ଜଣ ଅତିରିକ୍ତ ଏସପିଙ୍କର ଆଜି ବଦଳି କରାଯାଇଛି। ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍ପି । ବ୍ରହ୍ମପୁର ଅତିରିକ୍ତ ଏସ୍ପି ସୀମା ସ୍ବାଇଁଙ୍କ ବଦଳି କରାଯାଇଛି । ତାଳଚେର ଅତିରିକ୍ତ ଏସ୍ପି ଭାବେ ସୀମା ସ୍ବାଇଁଙ୍କ ବଦଳି କରାଯାଇଥିବା ବେଳେ ବଲାଙ୍ଗୀର ଅତିରିକ୍ତ ଏସପି ଆଲୋକ କୁମାର ଜେନା ପୁଣି ଥରେ ବ୍ରହ୍ମପୁରକୁ ଫେରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ବରଗଡ଼ ଅତିରିକ୍ତ ଏସପି ଇନ୍ଦୁରେଖା ପଶ୍ଚିମକବାଟଙ୍କୁ ଢେଙ୍କାନାଳର ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଅତିରିକ୍ତ ଏସପି ଅମ୍ରିତ କୁମାର ପଣ୍ଡା ବଲାଙ୍ଗୀରକୁ ବଦଳି ହୋଇଛନ୍ତି । ଭୁବନେଶ୍ବରର ଅତିରିକ୍ତ ଏସପି ସଞ୍ଜୀବ କୁମାର ଶତପଥୀଙ୍କୁ ଆଡିସନାଲ ଏସପି ସ୍ପେଶାଲ ଟାକ୍ସଫୋର୍ସ ଭାବେ ଦାୟିତ୍ବ ଦିଆଯାଇଛି । ଏହା ସହ ଭିଜିଲାନ୍ସ ଅତିରିକ୍ତ ଏସପି ହୋଇଛନ୍ତି ସ୍ୱସ୍ତିକ ପଣ୍ଡା, ସସ୍ମିତା ସାହୁ, ଅଶ୍ୱିନୀ କୁମାର ନାୟକ, ହରପ୍ରିୟା ନାୟକ । କଟକ ASP ସତ୍ୟବିକାଶ ଭୂୟାଁଙ୍କୁ ଭଦ୍ରକ ବଦଳି କରାଯାଇଛି । ସମ୍ବଲପୁରର ଅତିରିକ୍ତ ଏସପି ପ୍ରକାଶ କୁମାର ଟପ୍ପୋଙ୍କୁ ରାଉରକେଲା ବଦଳି କରାଯାଇଥିବା ବେଳେ ବରଗଡ଼ ଡିଆଇବି ଅତିରିକ୍ତ ଏସପି ସୌରଭ ଓଟ୍ଟା କଟକ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛନ୍ତି । Post navigation କାଲି ବଜ୍ରପାତରେ ମନ୍ଦିର ପତାକା ପୋଡ଼ିଯିବା ଘଟଣା; ଲିଙ୍ଗରାଜ ମନ୍ଦିରରେ ଏଏସ୍ଆଇ ଟିମ୍ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ମହେଶ ନିଆଲ