ରାଜଧାନୀ ଭୁବନେଶ୍ୱରରେ ୧୪ ରୁ ୫୦ ଲକ୍ଷ ଟଙ୍କାରେ ରାଜ୍ୟ ସରକାର ଘର ଯୋଗାଇବେ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ ଭାବେ ଏହି ସୁଲଭ ଘର ବସ୍ତି ବାସିନ୍ଦାଙ୍କୁ ଦିଆଯିବ । ଅଧିକରୁ ଅଧିକ ସାଧାରଣ ଲୋକଙ୍କୁ ଘର ଯୋଗାଇବାକୁ ବ୍ୟବସ୍ଥା କରାଯାଉଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଏବଂ ହାଉସିଂ ବୋର୍ଡ ଭଳି ସଂସ୍ଥାଗୁଡ଼ିକ ଜମି ବଣ୍ଟନ କରିବା ପରିବର୍ତ୍ତେ ନିର୍ମାଣ ଘର ଯୋଗାଇବେ ବୋଲି ମନ୍ତ୍ରୀ କହିଛନ୍ତି । କହିରଖୁଛୁ ଯେ, ରାଜଧାନୀକୁ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ସରକାର ବସ୍ତି ହଠାଇବା ଅଭିଯାନ ଆରମ୍ଭ କରିଛନ୍ତି । ତୃତୀୟ ଦିନରେ ପହଞ୍ଚିଛି ବସ୍ତି ଉଚ୍ଛେଦ ପ୍ରକ୍ରିୟା । Post navigation Odisha Matric Exam 2026: ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି