ଏଣିକି ସ୍କୁଲ ଶିକ୍ଷକଙ୍କ ଘର ପାଇଁ ଟଙ୍କା ଦେବେ ସରକାର । ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଆଜି ଖୁସି ଖବର ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ ଏଣିକି ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ହାଇସ୍କୁଲ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ମିଳିବ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ (ଡିଇଓ)ଙ୍କୁ ଚିଠି କରାଯାଇଛି। ଯେଉଁ ଶିକ୍ଷକ କିମ୍ବା ଅନ୍ୟ କର୍ମଚାରୀ ନୂଆ ଜମି କିଣିବା ପାଇଁ ଆବେଦନ କରିଛନ୍ତି ସେମାନେ ତାହାର ସମସ୍ତ ତଥ୍ୟ ଶିକ୍ଷା ପରିଷଦକୁ ପୈଠ କରିବେ । ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କ ଆଗ୍ରିମେଣ୍ଟକୁ ମଧ୍ୟ ଶିକ୍ଷକଙ୍କୁ ଦାଖଲ କରିବା ପାଇଁ କୁହାଯାଇଛି । ସେହିପରି ଘର ନିର୍ମାଣ କ୍ଷେତ୍ରରେ ଘରବାରି ଜମିର ମାଲିକାନା ସ୍ବତ୍ବ, ପ୍ଲାନ ଆପ୍ରୁଭାଲ ଓ ଏକଜିକ୍ୟୁଟିଭ ଇଂଜିନିୟରି, ବିଡିଏ କିମ୍ବା ହାଉସିଂ ବୋର୍ଡ ବିସ୍ତୃତ ଅଟକଳ ଦାଖଲ କରିବାକୁ ପଡ଼ିବ । ତେବେ ଏହା କେଳ ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଲାଗୁ ନେଇ ଚିଠିରେ ଉଲ୍ଲେଖ ରହିଥିବା ବେଳେ ଏମଇ ସ୍କୁଲ ଶିକ୍ଷକଙ୍କ ପାଇଁ କୌଣସି ଘୋଷଣା ହୋଇନାହିଁ । Post navigation ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କୀ ନିହତ; ବିପୁଳ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ବାସଭବନ କୁ ଛାତ୍ର କଂଗ୍ରେସ ର ଅଣ୍ଡାମାଡ଼