ରାଜ୍ୟରେ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଖରା ଓ ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାରେ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ କଡ଼ା ନିୟମ ଲାଗୁ ହୋଇଛି । ଏପ୍ରିଲ ୧ ତାରିଖରୁ ଜୁନ୍ ୧୫ ତାରିଖ ମଧ୍ୟରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ କିମ୍ବା ଶାରୀରିକ ପରିଶ୍ରମ କରାଯାଇପାରିବ ନାହିଁ । ଯଦି କେହି ଏହି ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ବାଣିଜ୍ୟ, ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଏହି କଟକଣା ଲାଗୁ ହୋଇଛି । ସମସ୍ତ ରାଜସ୍ୱ ବିଭାଗୀୟ କମିଶନର, ଜିଲ୍ଲାପାଳ ଏବଂ ରାଜ୍ୟ ଶ୍ରମ କମିଶନରଙ୍କୁ ଜାରି କରାଯାଇଥିବା ଏକ ସରକାରୀ ପରାମର୍ଶରେ, ବିଭାଗ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନଙ୍କୁ ବାହ୍ୟ କାର୍ଯ୍ୟରେ ନିୟୋଜିତ କରିବାକୁ ନିଷେଧ କରିଛି । ଜରୁରୀ ଥିଲେ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି କଟକଣା ଲାଗୁ ହେବା ପରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ସରକାର ସତର୍କ ରହିବାକୁ ସୂଚନା ଦେଇଛନ୍ତି । ସେହିପରି, ଗ୍ରୀଷ୍ମ ସମୟରେ ପାନୀୟ ଜଳର ଅଭାବ ଦୂର କରିବା ପାଇଁ ପ୍ରତି ପଞ୍ଚାୟତରେ ନଳକୂପ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । Post navigation OTET 2026: ମେ ୨୯ରେ ଓଟିଇଟି ପରୀକ୍ଷା