ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣାରେ ମିଳିବ ମହାପ୍ରସାଦ କୁଡୁଆ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିବା ସବୁଭକ୍ତଙ୍କୁ ମିଳିବ ମହାପ୍ରସାଦ। ଦର୍ଶନ ସରିବାପରେ ସାଙ୍ଗରେ ମହାପ୍ରସାଦ ନେଇ ଘରକୁ ଯାଇପାରିବେ ଭକ୍ତ। ମାଗଣା ମହାପ୍ରସାଦ କୁଡୁଆ ଯୋଗାଇବାକୁ ଯୋଜନା ଚାଲିଛି ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ଯୋଜନା କରୁଛନ୍ତି ସରକାର । ପ୍ରତିଦିନ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତ ଆସୁଥିବା ବେଳେ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରିବା ସମୟରେ, ପରିବାର ଲୋକ ଅପେକ୍ଷା କରି ରହିଥାନ୍ତି ମହାପ୍ରସାଦ ଲାଗି, ଭକ୍ତଙ୍କ ହାତରେ ଟିକିଏ ପରିବାର ପାଇଁ ମହାପ୍ରସାଦ ଟିକେ ଦେବା ଲାଗି ରାଜ୍ୟସରକାର ଏହାକୁ ଆଖି ଆଗରେ ରଖି ଏହି ଯୋଜନା ଆରମ୍ଭ କରିଛନ୍ତି।ଏ ବାବଦରେ ବର୍ଷକୁ ୧୪ରୁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ସରକାରଙ୍କୁ ବର୍ଡନ ନ କରି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ନିଆଯିବ ।

ଏହା ସହ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନେଇ କହିଛନ୍ତି ୨ କି ୪ ଦିନରେ ମଧ୍ୟରେ ରତ୍ନଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ ଆସିବ । ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ । ଚଟାଣ ତଳେ କିମ୍ବା କାନ୍ଥରେ ରତ୍ନ ଥିବା ସ୍ପଷ୍ଟ ହେଲେ ସରକାର ନିଷ୍ପତ୍ତି ନେବେ । ଏହା ସହ ଯଦି କିଛି ନାହିଁ ତେବେ ରିପୋର୍ଟ ଆସିବା ପରେ ଏଏସ୍‌ଆଇ ମରାମତି କରାଯିବ।

Leave a Reply

Your email address will not be published. Required fields are marked *