୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର। ଏହି କମିଟିରେ ରାଜ୍ୟର ୩୦ଟି ଜିଲ୍ଲା ପାଇଁ ୩୦ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ତାଲିକାରେ ୪ ଜଣ ମନ୍ତ୍ରୀ ଏବଂ ୨୬ ଜଣ ବିଧାୟକଙ୍କ ନାମ ସାମିଲ ରହିଛି । ଏହି ସମସ୍ତ ବିଧାୟକ ଏବଂ ମନ୍ତ୍ରୀ ନିର୍ଦ୍ଧାରିତ ଜିଲ୍ଲାର ଯୋଜନା କମିଟିର ଅଧ୍ୟକ୍ଷ ରହିବେ । ସେମାନେ ହେଲେ ଅନୁଗୁଳକୁ ଅଶୋକ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବଲାଙ୍ଗିର- ଲକ୍ଷ୍ମଣ ବାଗ୍, ବାଲେଶ୍ଵର- ପଦ୍ମଲୋଚନ ପଣ୍ଡା, ବରଗଡ଼- ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଭଦ୍ରକ- ସିତାଂଶୁ ଶେଖର ମହାପାତ୍ର, ବୌଦ୍ଧ- କହ୍ନାଇ ଚରଣ ଡାଙ୍ଗ, କଟକ- ଛବି ମଲ୍ଲିକ, ଦେବଗଡ଼- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଢେଙ୍କାନାଳ- ସୀମାରାଣୀ ନାୟକ, ଗଜପତି- ଅବକାରୀ, ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଗଞ୍ଜାମ- ପୂର୍ଣ୍ଣଚନ୍ଦ୍ର ସେଠୀ ଦାୟିତ୍ୱରେ ଅଛନ୍ତି । ସେହିପରି ଜଗତସିଂହପୁର- ଅମରେନ୍ଦ୍ର ଦାସ, ଯାଜପୁର- ଆକାଶ ଦାସନାୟକ, ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ, କଳାହାଣ୍ଡି- ସୁଧିର ରଂଜନ ପାଟ୍ଟଯୋଶୀ, କନ୍ଧମାଳ- ଉମା ଚରଣ ମଲ୍ଲିକ, କେନ୍ଦ୍ରାପଡ଼ା- ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦୁଝର- ଫକୀର ମୋହନ ନାଏକ ଓ ଖୋର୍ଦ୍ଧା- ପ୍ରଶାନ୍ତ ଜଗଦ୍ଦେବଙ୍କ ଜିଲ୍ଲା ଯୋଜନା କମିଟିରେ ସାମିଲ ଅଛନ୍ତି । ଏହା ସହ କୋରାପୁଟ- ରଘୁରାମ ମାଛ, ମାଲକାନଗିରି- ନରସିଂହ ମାଡକାମୀ, ମୟୂରଭଞ୍ଜ- ଭାସ୍କର ମଢେଇ, ନବରଙ୍ଗପୁର- ଗୌରୀଶଙ୍କର ମାଝୀ, ନୟାଗଡ଼- ଦୁଷ୍ମନ୍ତ କୁମାର ସ୍ୱାଇଁ, ନୂଆପଡ଼ା- ଜୟ ଢୋଲକିଆ, ପୁରୀ- ଓମ୍ ପ୍ରକାଶ ମିଶ୍ର, ରାୟଗଡ଼ା- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁର- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସୁବର୍ଣ୍ଣପୁର- ରଘୁନାଥ ଜଗଦଲା ଏବଂ ସୁନ୍ଦରଗଡ଼- ଦୁର୍ଗା ଚରଣ ତନ୍ତି ଦାୟିତ୍ୱରେ ରହିଛନ୍ତି । ଏହି ପଦକ୍ଷେପର ଲକ୍ଷ୍ୟ ଯୋଜନାକୁ ବିକେନ୍ଦ୍ରୀକରଣ କରିବା ଏବଂ ଜିଲ୍ଲାସ୍ତରୀୟ ବିକାଶ ଯୋଜନା ପାଇଁ ଗ୍ରାମୀଣ ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟକୁ ଉନ୍ନତ କରିବା। Post navigation Odisha CM Expressed Gratitude To PM: ଉତ୍କଳ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଚିଠି; କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Paddy Procurement: ଆଉ ୭ ଦିନ ବଢ଼ିଲା ଧାନ କିଣା ଅବଧି: କୃଷ୍ଣଚନ୍ଦ୍ର ପାତ୍ର