ରାଜ୍ୟରେ ଆଳୁ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କେଉଁଠି ଆକାଶଛୁଆଁ ଆଳୁ ଦର ଥିବା ବେଳେ ବଜାରରେ ଆଳୁର ଅଭାବ ମଧ୍ୟ ଦେଖା ଦେଇଛି । ଆଳୁର ଏଭଳି ଚଢ଼ା ଦରକୁ ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ। ଏହି ସବୁ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ଖୁସି ଖବର। ଏବେ ରାଜ୍ୟରେ ୩୦ଟଙ୍କା ଆଳୁ ଦିଆଯିବ ବୋଲି ଆଜି ଦିଲ୍ଲୀରୁ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଆଲୋଚନା ସତ୍ତ୍ବେ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନାହି । ତେଣୁ ରାଜ୍ୟ ସରକାର ନାଫେଡ୍‌ ଜରିଆରେ ଆଳୁ ଆଣିବେ । ନାଫେଡ୍ ମାଧ୍ୟମରେ ରାଜ୍ୟ ସରକାର ଆଳୁ କିଣିବେ ଓ ଖାଉଟିଙ୍କୁ ଏଣିକି ଆଳୁ ୩୦ଟଙ୍କା ଦରରେ ଯୋଗାଇ ଦିଆଯିବ ।

ସେ ଆଉ ମଧ୍ୟ କହିଛନ୍ତି ରବିବାର ଦିନ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାରେ ଆଳୁ ଆସିଯିବ । ଉଚ୍ଚା ଦରରେ କିଣିଲେ ବି ଲୋକଙ୍କୁ ୩୦ ଟଙ୍କାରେ ଦେବୁ । ଆଳୁ ଅଭାବ ରହିବନି, ଯେତେ ଆବଶ୍ୟକ ସେତେ ଅଣାଯିବ । ପ୍ରଥମ ପର୍ଯ୍ୟାୟରେ ୩ ଶହ ମେଟ୍ରିକ ଟନ୍ ଆଳୁ ପାଇଁ ନାଫେଡକୁ ମଧ୍ୟ ଅର୍ଡର ଦିଆଯାଇଛି । ନାଫେଡ୍ ମାଧ୍ୟମରେ ଉତ୍ତରପ୍ରଦେଶରୁ ଏହି ଆଳୁ ଅଣାଯିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ସରକାରୀ ଖୁଚୁରା ଦେକାନ ଗୁଡ଼ିକରେ ଏହି ଆଳୁ ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *