ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଜାରି ରଖିଛନ୍ତି ଉଦ୍ୟମ। ଏଥିପାଇଁ ଅଗଷ୍ଟ ୭,୮ ଓ ୯ ତାରିଖରେ ପୁଣେ ଓ ଅହମ୍ମଦାବାଦରେ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ମୋହନ ସରକାରଙ୍କ ଏହା ପ୍ରଥମ ନିବେଶକ ସମ୍ମିଳନୀ । ଏହି ସଂପର୍କରେ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।

ସେ କହିଛନ୍ତି ଅଟୋମୋବାଇଲ, ଫୁଡ୍ ପ୍ରୋସେସିଂ, ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଯୋଗଦେବେ । ନିବେଶକଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା ଓ ଗୋଲ୍ ବୈଠକରେ ଯୋଗଦେବେ ଶିଳ୍ପ, ଏମଏସଏମଇ ମନ୍ତ୍ରୀଙ୍କ ସହ ବିଭାଗୀୟ ଅଧିକାରୀ । ୨୦୨୯ ସୁଦ୍ଧା ଅଢେଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ଆମିବା ଲକ୍ଷ୍ୟ ରଖିଛନ୍ତି ସରକାର ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ।

Leave a Reply

Your email address will not be published. Required fields are marked *