ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ । ସହରାଞ୍ଚଳରେ ରହୁଥିବା ଗରୀବ ଲୋକଙ୍କ ପାଇଁ ଖୁସି ଖବର । ସହରୀ ଗରିବ ଲୋକଙ୍କ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର । ଏଣିକି ସରକାର ସେମାନଙ୍କୁ ଭଡ଼ାରେ ଘର ଦେବେ । ଅବ୍ୟବହୃତ ସରକାରୀ ଘରକୁ ଭଡ଼ା ସୂତ୍ରରେ ଦିଆଯିବ । ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏଥିପାଇଁ ଚିଠି ଜାରି କରିଛି । ବିଶେଷ କରି କର୍ମଜୀବୀ ମହିଳାମାନଙ୍କୁ ଭଡ଼ାରେ ଘର ଦିଆଯିବ । ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା ୨.୦ ଅନୁଯାୟୀ ଭଡ଼ା ମିଳିବ । ଗାଇଡ୍ଲାଇନ ଅନୁଯାୟୀ ୨ଟି ମଡେଲରେ ସୁଲଭ ମୂଲ୍ୟରେ ଭଡ଼ା ଦିଆଯିବ । ପ୍ରଥମେ ସରକାରୀ ଘରକୁ ପବ୍ଲିକ ଏଜେନ୍ସି ମାଧ୍ୟମରେ ଭଡ଼ା ଦିଆଯିବ । ଦ୍ୱିତୀୟରେ ବେସରକାରୀ ସଂସ୍ଥା ଘର ତିଆରି କରି ଗରୀବଙ୍କୁ ଭଡ଼ା ଦେବେ ସରକାର । Post navigation ‘Godaan’ Film: ହିନ୍ଦୀ ଫିଚର ‘ଗୋଦାନ’ ଚଳଚ୍ଚିତ୍ରକୁ ସାରା ରାଜ୍ୟରେ ‘ଟାକ୍ସ ଫ୍ରି’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ