ରାଜ୍ୟ ସରକାର ଆଜି ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି । ଏହି ୫ଜଣ ସଦସ୍ୟ ବିଶିଷ୍ଟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅରୁଣ କୁମାର ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି । ଆୟୋଗର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଜାଭିଏର ଇନ୍ଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଅମରଶ ସାମନ୍ତରାୟ ଏବଂ ଟିଆଇଏସଏସର ପ୍ରଫେସର ଡକ୍ଟର ବିଭୂ ପ୍ରସାଦ ନାୟକ । ଅର୍ଥ ବିଭାଗର ଅତିରିକ୍ତ ସଚିବ ଡ.ସତ୍ୟ ପ୍ରିୟ ରଥଙ୍କୁ ସଦସ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବାର ୬ମାସ ପର୍ଯ୍ୟନ୍ତ ରହିବ । Post navigation ନୂଆପଡା ସୀମାନ୍ତରେ ହୋଇଥିବା ଏନ୍କାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି