ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଖେଇ ଆସୁଛି। ରାଜ୍ୟ କଂଗ୍ରେସରେ ଟିକେଟ୍ କସରତ । ପ୍ରାର୍ଥୀଙ୍କୁ ଆଗୁଆ ଟିକେଟ୍ ଦେବା ପାଇଁ କଂଗ୍ରେସର ବସିଲା ପ୍ରଦେଶ ନିର୍ବାଚନ କମିଟି (ପିଇସି) ବୈଠକ । ଏହି ବୈଠକରେ ପିସିସି ସଭାପତିଙ୍କ ସହ ପ୍ରଦେଶ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ରହିଛନ୍ତି । ଖବର ଅନୁଯାୟୀ, ପ୍ରଗମନ ଆପରେ ଟିକେଟ ଆବେଦନ କରିଥିବା ପ୍ରାର୍ଥିଙ୍କ ଉପରେ ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ଏହା ପରେ ସ୍କ୍ରିନଂ କମିଟିକୁ ପ୍ରାଥୀଙ୍କ ତାଲିକା ପଠାଯିବ । ପ୍ରଗମନ ଆପରେ ବିଧାୟକ ପାଇଁ ୩୦୦୦ ଓ ସାଂସଦ ପାଇଁ ୭୦୦ଜଣ ଆଶାୟୀ ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୭୦ଟି ଆସନ ପାଇଁ ଟିକେଟ ଘୋଷଣା କରିବ କଂଗ୍ରେସ । ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରାଯିବାକୁ ଯୋଜନା କରୁଛି କଂଗ୍ରେସ। Post navigation ନକଲି ଯୁଦ୍ଧ ପୋଷାକ କପଡ଼ା ବିକ୍ରି ଅଭିଯୋଗରେ ବ୍ରହ୍ମପୁରରେ ଚଢ଼ାଉ କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ