ଗତ ୧୦ ବର୍ଷର ଫାଇଲ୍ ଖୋଜି ଇଞ୍ଜିନିୟରିଂ କାମ କରୁଥିବା ଆଉଟ୍ସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେଉଁ ବିଭାଗ କେଉଁ ବେସରକାରୀ ସଂସ୍ଥାକୁ କାମ ଦେଇଛି ଏବଂ କେଉଁ କାମକୁ କେତେ ଟଙ୍କାରେ କରାଯାଇଛି ମୁଖ୍ୟମନ୍ତ୍ରୀ ତାହାର ତଥ୍ୟ ମାଗିଛନ୍ତି । ଘରୋଇ ସଂସ୍ଥାର ଦକ୍ଷତା ଓ ଯୋଗ୍ୟତାର ତଥ୍ୟ ମଧ୍ୟ ମାଝୀ ମାଗିଛନ୍ତି । ସରକାରଙ୍କ ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଏବଂ ଦକ୍ଷ ଇଞ୍ଜିନିୟର ଥାଉ ଥାଉ କାହିଁକି ଆଉଟ୍ ସୋର୍ସିଂ ସଂସ୍ଥାକୁ କାମ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । Post navigation ନାରୀ ନିର୍ଯାତନା ପ୍ରସଙ୍ଗରେ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟିର କୋହଭରା ମନ୍ତବ୍ୟ ଆଜିଠାରୁ ୨୮ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା