odisha CM lays Foundation stone for Odisha's first semiconductor unit
ରାଜ୍ୟର ପ୍ରଥମ ସେମିକଣ୍ଡକ୍ଟର କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ଇନଫୋ ଭ୍ୟାଲିରେ ସିକ୍ସେମ୍ (SiCSem) ପ୍ରାଇଭେଟ୍ ଲିମିଟେଡର କମ୍ପାଉଣ୍ଡ୍ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ATMP ସୁବିଧାର ଭୂମିପୂଜନ ଉତ୍ସବରେ ଯୋଗ ଦେଇଛନ୍ତି । ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ ସାମିଲ ହେଲେ IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ ।
 
ଭାରତୀୟ ସେମିକଣ୍ଡକ୍ଟର ମିଶନ୍ (ISM) ଅନୁମୋଦିତ ଏହି କମ୍ପାଉଣ୍ଡ୍ ସେମିକଣ୍ଡକ୍ଟର ଫ୍ୟାବ୍ରିକେସନ୍ ପ୍ରକଳ୍ପ ୨,୦୬୭ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ହେବ । ଏହା ଦ୍ୱାରା ପ୍ରାୟ ୫,୦୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ତିଆରି ହେବ ।
odisha CM lays Foundation stone for Odisha's first semiconductor unit
 
ଏହାର ବାର୍ଷିକ କ୍ଷମତା ୬୦,୦୦୦ଟି ୱେଫର୍ ଉତ୍ପାଦନ ଏବଂ ୯ କୋଟି ୬୦ ଲକ୍ଷ ୟୁନିଟ୍ର ପ୍ୟାକେଜିଂ କରିବାକୁ ଲକ୍ଷ୍ୟ ରଖିଛି । ଏହି ଉତ୍ପାଦିତ ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡ଼ିକ ଇଲେକ୍ଟ୍ରିକ୍ ଯାନ (EV), ପ୍ରତିରକ୍ଷା ବ୍ୟବସ୍ଥା, ରେଳପଥ ଏବଂ ନବୀକରଣୀୟ ଶକ୍ତି ଭଳି ସମାଜର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟବହୃତ ହେବ ।
 
ଏହା ସହିତ, IIT ଭୁବନେଶ୍ୱରରେ ୬୪ କୋଟି ଟଙ୍କା ବିନିଯୋଗରେ ଏକ ଗବେଷଣା ଓ ନବୋନ୍ମେଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି, ଯାହା ସିଲିକନ୍ କାର୍ବାଇଡ୍ ପ୍ରଯୁକ୍ତିବିଦ୍ୟାରେ ଗବେଷଣାକୁ ଆଗକୁ ନେଇ ରାଜ୍ୟର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଅଧିକ ଶକ୍ତିଶାଳୀ କରିବ ।
 
ବିଶ୍ୱସ୍ତରୀୟ ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିବାର ସଂକଳ୍ପ ନେଇ ଆରମ୍ଭ ହେଉଥିବା ସେମିକଣ୍ଡକ୍ଟର ୟୁନିଟ ଖୋଲିବା ପରେ ଓଡ଼ିଶା ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି ବୋଲି ଆଇଟି ମନ୍ତ୍ରୀ କହିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *