ଝାଡ଼ଖଣ୍ଡ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ସମସ୍ତ ଦଳ ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଛି । ତେଣୁ  ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଜାରି କଲା ଷ୍ଟାର ପ୍ରଚାରକ ତାଲିକା । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେପି । ଏହି ଷ୍ଟାର ପ୍ରଚାରକ ତାଲିକାରେ ଓଡିଶାର ମୋହନ ମାଝୀଙ୍କ ନାମ ସାମିଲ ରହିଥିବା ବେଳେ ଓଡ଼ିଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଆ ମଧ୍ୟ ସାମିଲ ରହିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡ଼ଖଣ୍ଡରେ ବିଜେପି ପାଇଁ ଭୋଟ ଅପିଲ କରିବେ ।

ବିଜେପି ଜାରି କରିଥିବା ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା, ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ଧର୍ମେନ୍ଦ୍ର ପ୍ରଧାନ, ମୋହନ ଚରଣ ମାଝୀ, ଯୋଗୀ ଆଦିତ୍ୟ ନାଥ, ସ୍ମୃତି ଇରାନୀ ଏବଂ ଅର୍ଜୁନ ମୁଣ୍ଡା ପ୍ରମୁଖଙ୍କ ନାମ ସାମିଲ ରହିଛି ।

ସୂଚନଯୋଗ୍ୟ; ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟ ଅର୍ଥାତ ନଭେମ୍ବର ୧୩ ଏବଂ ୨୦ରେ ମତଦାନ ଅନୁଷ୍ଠିତ ହେବ । ଏହା ପରେ ନଭେମ୍ବର ୨୩ରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *