odisha-cm-holds-press-meet-after-review-of-cyclone-montha
ବାତ୍ୟା ‘ମୋନ୍ଥା’ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ୮ ଟି ଜିଲ୍ଲାର ଜିଲ୍ଲାପାଳ ଓ ଆର୍‌ଡିସିଙ୍କ ସହିତ ଗ୍ରାଉଣ୍ଡ ଜିରୋ ସ୍ଥିତି ନେଇ ବିସ୍ତୃତ ଆଲୋଚନା ହୋଇଛି ।
 
ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ରାଜ୍ୟରେ ଯେତିକି ପ୍ରଭାବିତ ହେବା ଆଶଙ୍କା ଥିଲା ସେତିକି ହୋଇନାହିଁ । ମାଲକାନଗିରି ଏବଂ ଗଜପତି ଜିଲ୍ଲାରେ କିଛି ଜାଗାରେ ପଥର, ଗଛ ପଡ଼ିଛି । ତେବେ ବଡ଼ ଧରଣର କୌଣସି ଅଘଟଣ ବା କ୍ଷୟକ୍ଷତି ଘଟିନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
ସରକାର ଜିରୋ କାଜୁଆଲିଟି ମିଶନରେ କାମ କରୁଛନ୍ତି । ବିଭାଗୀୟ ପ୍ରସ୍ତୁତି ଓ ସ୍ଥାନାନ୍ତରଣ ଠିକ୍‌ ସମୟରେ ହୋଇଛି । ୨,୧୦୦ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି । ଆବଶ୍ୟକ ପଡ଼ିଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।
 
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କଣ୍ଟ୍ରୋଲ ରୁମ୍ ପରିଦର୍ଶନ କରି ବାତ୍ୟା ମୋନ୍ଥା ପାଇଁ ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, SRC ମଧ୍ୟ ଉପସ୍ଥିତ ଥିଲେ । ବଣ୍ଡା ଘାଟି ସମେତ ମାଲକାନଗିରି ଜିଲ୍ଲାର ଗ୍ରାଉଣ୍ଡ ଜିରୋ ସ୍ଥିତି ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି ।
 
ବାତ୍ୟା ମୋନ୍ଥା ପାଇଁ ଗୋପାଳପୁରରୁ ଚିଲିକା, ପୁରୀରୁ ଅସ୍ତରଙ୍ଗ, ପାରାଦୀପରୁ ଭଦ୍ରକ ସବୁଠି ଦେଖିବାକୁ ମିଳୁଛି ସମୁଦ୍ରର କରାଳ ରୂପ ।
 

By Nirvay

Leave a Reply

Your email address will not be published. Required fields are marked *