ଆଜି ଏକ ଜଘନ୍ୟ ଓ ବର୍ବର କାଣ୍ଡ ଘଟାଇ ଉଗ୍ରପନ୍ଥୀ ମାନେ କାଶ୍ମୀରର ପହେଲଗାମ ଠାରେ ନିରୀହ ପର୍ଯ୍ୟଟକମାନଙ୍କୁ ହତ୍ୟା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାର ଦୃଢ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକ ମାନଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାରେ ଜଣେ ଓଡିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାର ମଧ୍ୟ ସୂଚନା ମିଳିଛି । ସଂପୃକ୍ତ ଓଡିଆ ପର୍ଯ୍ୟଟକଙ୍କ ମର ଶରୀର କିପରି ତାଙ୍କର ବାସସ୍ଥାନରେ ସୁରୁଖୁରୁରେ ପହଞ୍ଚିବ, ସେ ସଂପର୍କରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅବସ୍ଥାପିତ ପ୍ରମୁଖ ଆବାସିକ ଆୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । Post navigation ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଆସନ୍ତାକାଲି ଠାରୁ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର କୋଟିଆ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ସ୍ଥିତି ଅନୁଧ୍ୟାନ ପାଇଁ ଗଠିତ ହେବ କମିଟି