ବିହାରର ରାଜଧାନୀ ପାଟନାର ଚାଲିଥିବା ମେଟ୍ରୋ ରେଳ ପ୍ରକଳ୍ପର କାମ ବେଳେ ହୋଇଥିବା ଦୁର୍ଘଟଣାରେ ମୃତ ବରଣ କରିଥିବା ଦୁଇ ଓଡ଼ିଆ ଶ୍ରମିକ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୃତ ଓଡ଼ିଆ ଶ୍ରମିକ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ରାସଙ୍ଗ ପଞ୍ଚାୟତ ଗୋଛାବାଡି ଗାଁର ମନୋଜ ବେହେରା ଓ କାଦୁଆ ଗାଁର ବିଜୟ ବେହେରାଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ରାଜ୍ୟ ସରକାର ୬ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ସୂଚନା ଯୋଗ୍ୟ; ବିହାରର ରାଜଧାନୀ ପାଟନାର ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟ ଚାଲିଥିବା ବେଳେ ମାଟି ହଟାଇବା ସମୟରେ ନିର୍ମାଣ ମେସିନର ବ୍ରେକ୍ ଫେଲ୍ ହୋଇ ଅନିୟନ୍ତ୍ରିତ ଭାବେ ଓଲଟି ପଡ଼ିଥିଲା। ଏହି କାମରେ ନିୟୋଜିତ ୮ ଜଣ ଶ୍ରମିକ ପୋତି ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଉ ୭ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଥିରୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଏଠାରେ ମୃତ୍ୟୁ ବରଣ କରିଥିବା ଶ୍ରମିକ ଓଡ଼ିଶାର ବାସିନ୍ଦା ବୋଲି ଜଣାପଡିଥିଲା m Post navigation କିରାଣୀଙ୍କୁ ନିର୍ଯ୍ୟାତନା ମାମଲା: ଡେରାବିଶ ସିଡିପିଓଙ୍କୁ ଅପସାରଣ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ ନଭେମ୍ବରରୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ