ମହାନଦୀ ଜଳ ବିବାଦ ମାମଲାରେ ଆସନ୍ତାକାଲି ବସିବ ବଡ଼ ବୈଠକ । ଓଡ଼ିଶା-ଛତିଶଗଡ଼ର ଯୁଗ୍ମ ବୈଷୟିକ କମିଟି ବୈଠକ ଅନୁଷ୍ଠିତ ହେବ । ଆସନ୍ତା ୨୦ ତାରିଖରେ ରହିଛି ଟ୍ରିବୁନାଲରେ ଶୁଣାଣି । ଏ ନେଇ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି ଉଭୟ ରାଜ୍ୟ ପକ୍ଷ୍ୟରୁ ଯୁଗ୍ମ ବୈଷୟିକ କମିଟି ବୈଠକ ୬ ଥର ହୋଇଛି । ପ୍ରଥମେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନୌପଚାରିକ ଆଲୋଚନା ହୋଇଥିଲା । ୨୦ରେ ମହାନଦୀ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ହେବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉପସ୍ଥିତିରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଛି । କେନ୍ଦ୍ର ସରକାର ଏହି ବିବାଦକୁ ଗୁରୁତ୍ବର ସହ ନେଇଛନ୍ତି । Post navigation Police Reshuffle: ଅଳକୁଣ୍ଡ ଥାନାର ଆଇଆଇସି ଓ ଏଏସଆଇଙ୍କୁ ବଦଳି କଲେ ଏସ୍ପି Shark Fish Caught: ଜାଲରେ ପଡ଼ିଲା ୩୦ ଫୁଟରୁ ଅଧିକ ଲମ୍ବର ସାର୍କ