ରାଜ୍ୟରେ ନବଗଠିତ ଭାଜପା ସରକାରରେ ୧୬ଜଣ ମନ୍ତ୍ରୀ ପରିଷଦରେ ସାମିଲ ହୋଇଥିବାରୁ ଆହୁରି ୬ଟି ପଦବୀ ଖାଲି ରହିଛି । କାରଣ ଦଳରେ ଅନେକ ବରିଷ୍ଠ ସଦସ୍ୟଙ୍କୁ ସାମିଲ କରାଯାଇନଥିବାରୁ ସେମାନେ ଅସନ୍ତୁଷ୍ଟ ଅଛନ୍ତି । ଏପରିକି ମୟୁରଭଞ୍ଜର ସମସ୍ତ ୯ଟି ଓ ଗଞ୍ଜାମର ୧୩ଟି ଆସନରୁ ୧୧ଟି ଆସନରେ ଦଳ ବିଜୟୀ ହୋଇଛି । ତେଣୁ ଏହି ଦୁଇ ଜିିଲ୍ଲାରୁ ଅଧିକ ସଂଖ୍ୟାରେ ମନ୍ତ୍ରୀ ପଦବୀ ଆଶା କରାଯାଉଥିଲା । ତେଣୁ ୬ମାସ ପରେ ମନ୍ତ୍ରୀ ପରିଷଦ ସମ୍ପ୍ରସାରଣ କରାଯାଇ ଅସନ୍ତୁଷ୍ଟମାନଙ୍କୁ ସାମିଲ କରାଯିବ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି । Post navigation ପ୍ରଥମ ଥରର ୮ ବିଧାୟକଙ୍କୁ ମନ୍ତ୍ରୀ ପଦ ମୋହନଙ୍କ ଚାରିପାଖେ ଖଣି ମାଫିଆ