ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ୟାବିନେଟ ବୈଠକରେରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ସାମାଜିକ ଓ ଆର୍ଥିକ ଭାବେ ପଛୁଆ ପିଲାଙ୍କ ପାଇଁ ଶିକ୍ଷା ଗ୍ରହଣ କ୍ଷେତ୍ରରେ ନାମ ଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ରହିବ । ସେହିପରି ଆଇଟିଆଇ ଗୁଡିକରେ ନିଯୁକ୍ତି ସର୍ତ୍ତାବଳୀରେ ପରିବର୍ତ୍ତିନ କରାଯାଇଛି । ଡିଡି ବିଶ୍ୱବିଦ୍ୟାଳୟକୁ ମିଳିବ ଜମି । ରାଜସ୍ୱ ବିଭାଗ ଜମି ଯୋଗାଇ ଦେବ । ଦକ୍ଷତା ଓ ବୈଷୟିକ ବିଭାଗରେ ନିୟମାବଳୀ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟ କରିବ । ଆଗାମୀ ୫ ବର୍ଷ ପାଇଁ ୧୬୨୩ କୋଟି ୧୦ ଲକ୍ଷ ଅନୁମୋଦନ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ଧରଣୀଧର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପାଇଁ ଜମି ଲିଜ ଆକାରରେ ପ୍ରଦାନ କରାଯାଇଛି। ମୟୂରଭଞ୍ଜ ଯଶିପୁର ବ୍ଲକରେ ବ୍ୟାରେଜ ନିର୍ମାଣ ହେବ। ଏଥି ପାଇଁ ୯୭କୋଟି ଟଙ୍କାର ଟେଣ୍ଡର ପ୍ରଦାନ କରାଯାଇଛି। Post navigation ଶିକ୍ଷାନୁଷ୍ଠାନରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ୍