Odisha Cabinet approves 8 proposals; new bridge to be built over Kathajodi river
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୮ଟି ବିଭାଗର ୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି ।
 
ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡ଼ା ସମେତ କ୍ୟାବିନେଟ ର ଅନ୍ୟ ସମସ୍ତ ମନ୍ତ୍ରୀ ଗଣ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ ।
 
ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ, ୮ଟି ବିଭାଗର ଗୁରୁତ୍ୱପୂର୍ଣ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହି ନିଷ୍ପତ୍ତିଗୁଡ଼ିକ ରାଜ୍ୟର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ।
 
କ୍ୟାବିନେଟ୍‌ର ଅନ୍ୟତମ ବଡ଼ ନିଷ୍ପତ୍ତି ହେଉଛି କାଠଯୋଡ଼ି ନଦୀ ଉପରେ ଏକ ନୂଆ ବ୍ରିଜ୍ ନିର୍ମାଣ । କଟକ-ଭୁବନେଶ୍ୱର ମଧ୍ୟରେ ଯାତାୟାତ ଭାର ଦିନକୁ ଦିନ ବଢ଼ୁଥିବାରୁ ଏହି ନୂଆ ବ୍ରିଜ୍ ଟ୍ରାଫିକ୍ ସମସ୍ୟା କମାଇବା ସହ ଯାତାୟାତ ସମୟ ବି ହ୍ରାସ କରିବ । ବ୍ରିଜ୍ ନିର୍ମାଣ ଦ୍ୱାରା କଟକ, ଚୌଦ୍ୱାର, ଜଗତପୁର ଅଞ୍ଚଳର ଲୋକେ ଉପକୃତ ହେବେ ।
 

By Nirvay

Leave a Reply

Your email address will not be published. Required fields are marked *