ମୋଦିଙ୍କ ଜନ୍ମଦିନ ଅବସରରେ ତଥା ଆସନ୍ତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବିଜେପିର ସେବା ପକ୍ଷ ପାଳନ ହେବାକୁ ଯାଉଛି । ଏନେଇ ରାଜ୍ୟ କାର୍ଯ୍ୟଳୟରେ ଅନୁଷ୍ଠିତ ହେଉଛି ରାଜ୍ୟ ସ୍ତରୀୟ କର୍ମଶାଳ।  ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସେବା ପକ୍ଷ ପର୍ଯ୍ୟବେକ୍ଷକ ଅରବିନ୍ଦ ମେନନ ମଧ୍ୟ ଉପସ୍ଥିତ ରହିଛନ୍ତି । ବିଜେପି ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ପ୍ରଧାନମନ୍ତ୍ରୀଙ୍କ ଜୀବନ ଆଧାରିତ ଫଟୋ ପ୍ରଦର୍ଶନୀ ଓ ପୁସ୍ତକ ବଣ୍ଟନ ଇତ୍ୟାଦି ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ବିଜେପି ପକ୍ଷରୁ କରାଯିବ ।

Leave a Reply

Your email address will not be published. Required fields are marked *