ବିଧାନସଭାରେ ପାରିତ ହେଲା ଜନ ବିଶ୍ବାସ ବିଲ୍ ୨୦୨୫। ଦୀର୍ଘ ସମୟ ଧରି ଆଲୋଚନା ପରେ ଜନ ବିଶ୍ବାସ ବିଲ୍ ପାରିତ ହୋଇଛି । ଯାହା ବିଭିନ୍ନ ଆଇନରେ ଛୋଟ ଅପରାଧକୁ ଅପରାଧମୁକ୍ତ କରି ନିୟାମକ ବୋଝ ହ୍ରାସ କରିବା ଏବଂ ରାଜ୍ୟରେ ଅଧିକ ବ୍ୟବସାୟ-ଅନୁକୂଳ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରମୁଖ ସଂସ୍କାର। ୨୦୨୫ ଏବଂ ଓଡିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାତା ସଂଶୋଧନ ବିଲ ଅଣାଯାଇଛି । ୨୦ ଜଣରୁ କମ୍ କର୍ମଚାରୀ ନିଯୁକ୍ତି କରୁଥିବା ବ୍ୟବସାୟ ସଂସ୍ଥାକୁ ଶ୍ରମ ବିଭାଗ ନିକଟରେ କରିବାକୁ ପଡ଼ିବନି ପଞ୍ଜିକରଣ ।

କେନ୍ଦ୍ରର ଜନ ବିଶ୍ୱାସ ଆଇନ, ୨୦୨୩ ଏବଂ ପରବର୍ତ୍ତୀ ଜନ ବିଶ୍ୱାସ (ବିଧାନ ସଂଶୋଧନ) ବିଲ୍, ୨୦୨୫ ଉପରେ ଆଧାରିତ, ରାଜ୍ୟ ଆଇନ ଛୋଟ ଏବଂ ପ୍ରକ୍ରିୟାଗତ ଉଲ୍ଲଂଘନ ମାମଲାରେ ଦଣ୍ଡାତ୍ମକ ଫୌଜଦାରୀ ବ୍ୟବସ୍ଥାକୁ ଦେୱାନୀ ଦଣ୍ଡ ସହିତ ବଦଳାଇବାକୁ ଚେଷ୍ଟା କରେ। ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିବା ସହିତ ଏକ ବିଶ୍ୱାସ-ଆଧାରିତ ଶାସନ ଢାଞ୍ଚାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ଡିଜାଇନ୍ କରାଯାଇଛି।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ‘ବ୍ୟବସାୟିକ ସୁଗମତା’ବୃଦ୍ଧି କରିବା ଏବଂ ଅଯଥା ମାମଲାର ବୋଝ କମାଇବା। ପୂର୍ବରୁ ଓଡ଼ିଶାର ଆଇନ ବହୁତ କଡ଼ା ଥିଲା। କୌଣସି ଠକେଇ ଉଦ୍ଦେଶ୍ୟ ନଥାଇ ମଧ୍ୟ ଯଦି କାହା ଦ୍ୱାରା ନିୟମ ପାଳନରେ ସାମାନ୍ୟ ତ୍ରୁଟି କିମ୍ବା ପ୍ରକ୍ରିୟାଗତ ଭୁଲ୍ ହେଉଥିଲା, ତେବେ ତାଙ୍କୁ ଜେଲ୍ ଦଣ୍ଡ କିମ୍ବା ମୋଟା ଅଙ୍କର ଜରିମାନା ଦେବାକୁ ପଡୁଥିଲା। ଏହାଦ୍ୱାରା ଲୋକମାନେ ଭୟଭୀତ ହେଉଥିଲେ ଏବଂ କୋର୍ଟ-କଚେରୀ ମାମଲାରେ ଛନ୍ଦି ହେଉଥିଲେ। ନୂଆ ନିୟମରେ ଅନେକ କୋହଳ ମିଳିବ।

ଏହା ସହ ଜୁଆ ଖେଳି ଧରାପଡ଼ିଲେ ଗଣିବେ ମୋଟା ଅଙ୍କର ଜରିମାନା । ନୂଆ ଆଇନରେ ପୂର୍ବରୁ ଥିବା ଜରିମାନା ରାଶି ବଢ଼ାଇଲେ ସରକାର । ଶହେ ଟଙ୍କା ଜରିମାନା ୨୫ ହଜାର ଓ ହଜାରେ ଟଙ୍କା ଜରିମାନା ୭୫ ହଜାରକୁ ବୃଦ୍ଧି କରାଯାଇଛି। ଏହି ବିଲ୍‌ରେ ୯ଟି ବିଭାଗର ୧୬ଟି ମୂଳ ରାଜ୍ୟ ଆଇନ୍‌ରେ ସଂଶୋଧନ ।  ସର୍ବସାଧାରଣ ବଜାର, ମେଳା, ରାସ୍ତାରେ ଜୁଆ ଖେଳକୁ ବରଦାସ୍ତ କରାଯିବନି । ପଶୁ ପକ୍ଷୀ ଲଢ଼େଇ କରାଉଥିଲେ ମଧ୍ୟ ଗଣିବେ ଜରିମାନା । ଅଭିଯୁକ୍ତଙ୍କୁ ସରକାରୀ ଅଧିକାରୀ ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିପାରିବେ ।

Leave a Reply

Your email address will not be published. Required fields are marked *