ତିନି ଦିନର ପରେ ଆଜି ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଗୃହକାର୍ଯ୍ୟ ଆରମ୍ଭ ହୋଇଛି । କିନ୍ତୁ ଚାଲିପାରିଲାନି ବିଧାନସଭା। ପ୍ରବଳ ହୋହଲ୍ଲା ଓ ହଟ୍ଟଗୋଳରୁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଗୃହ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ତୀବ୍ର ହଟ୍ଟଗୋଳ କରିଥିଲେ। SCB ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ନାରାବାଜି। ପ୍ରଶ୍ନକାଳ ଚାଲି ନପାରିବାରୁ ଗୃହକୁ ୧୨ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି । ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ଗୃହ କାର୍ଯ୍ୟ ସ୍ଥଗିତ ରହିଥିଲା । ଆଜି ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । କଂଗ୍ରେସ ଏସସିବି ଘଟଣାକୁ ନେଇ ମୁଲତବୀ ପ୍ରସ୍ତାବ ଆଗତ କରିଥିଲା । ବାଚସ୍ପତି ସୁରମା ପାଢ଼ୀ ପୋଡ଼ିୟମକୁ ଆସିବା କ୍ଷଣି ଉଭୟ ବିରୋଧୀ ଦଳର ସଦସ୍ୟମାନେ ହଙ୍ଗାମା ଆରମ୍ଭ କରିଦେଇଥିଲେ । ଉଭୟ ବିଜେଡ଼ି ଏବଂ କଂଗ୍ରେସ ସଦସ୍ୟମାନେ ଏସସିବି ଆଇ.ସି.ୟୁରେ ହୋଇଥିବା ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ହାତରେ ପୋଷ୍ଟର ବ୍ୟାନର ଧରି ଗୃହର ମଧ୍ୟ ଭାଗକୁ ଆସିଛି ନାରାବାଜି କରିଥିଲେ । ସେପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉତ୍ତର ରଖୁଥିଲେ । ବାଚସ୍ପତି ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ । ମାତ୍ର କେହି ନ ଶୁଣିବାରୁ ବାଚସ୍ପତି ବାଧ୍ୟ ହୋଇ ପ୍ରଶ୍ନକାଳକୁ ବାତିଲ କରି ମଧ୍ୟାହ୍ନ ୧୨ ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଫଳରେ ଉଭୟ ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ଧୋଇଯାଇଛି । Post navigation Congress Suspends Three MLAs: କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ SCB Fire Tragedy: ଏସସିବି ମେଡିକାଲରେ ଅଗ୍ନିକାଣ୍ଡ ଘଟଣା; ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ ପଟ୍ଟନାୟକ