ଦୁଇ ଦିନର ବିରତି ପରେ ଆଜି ପୁଣି ଥରେ କମ୍ପିଲା ବିଧାନସଭା । ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ ପାଇଁ ସରଗରମ ହୋଇଛି ବିଧାନସଭା । ଏବେ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଏବଂ ନାରାବାଜି ଦେଖିବାକୁ ମିଳିଛି । ହଙ୍ଗାମା ଯୋଗୁଁ ଚାଲିପାରିଲାନି । ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡି ଓ କଂଗ୍ରେସର ହଙ୍ଗାମା ଦେଖିବାକୁ ମିଳିଛି । ହଙ୍ଗାମା ଯୋଗୁଁ ଅପରାହ୍ନ ୧୨ଟା ୦୯ ମିନିଟ୍ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଆଜି ଗୃହରେ ଜୟନାରାୟଣ ମିଶ୍ରଙ୍କ ଓଡ଼ିଶାକୁ ଭାଗ ଭାଗ କରିବା ପ୍ରସଙ୍ଗକୁ ନେଇ କାହିଁଁକି ମୁଖ୍ୟମନ୍ତ୍ରୀ କିଛି କହୁନାହାନ୍ତି, ଯେଉଁ ବିଜେପି ସରକାର ଓଡ଼ିଆ ଅସ୍ମିତା ନେଇ ନାରାବାଜିି ଦେଉଥିଲା ସେମାନେ ଏବେ କୁଆଡ଼େ ଗଲେ ବୋଲି ବିଜେଡି କର୍ମୀ ପ୍ରଶ୍ନ କରି ହଙ୍ଗାମା କରିଥିଲା । ସେହିପରି ନାରୀ ନିର୍ଯାଚନା ଅଭିଯୋଗରେ କଂଗ୍ରେସ ନାରାବାଜି ଦେଇଥିଲା । Post navigation ଚାମ୍ପିଅନ୍ସ ଟ୍ରଫି ଜିତି ଇତିହାସ ରଚିଲା ଭାରତୀୟ କ୍ରିକେଟ୍ ଟିମ୍ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ଇଡି