ପୁଣି ବଦଳିଲା ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର । ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ ଅନୁମତି । ଜୁନ ୬ ତାରିଖ ଭିତରେ ପୋର୍ଟାଲ ଜରିଆରେ ଆବେଦନ କରିବେ । ଜୁନ ୭ ବଦଳି ଆବେଦନର ଶେଷ ତାରିଖ ରହିଥିବା ବେଳେ ଜୁନ୍‌ ୯ରୁ ୧୬ ଭିତରେ ଭେରିଫିକେସନ ହେବ ନେଇ   ଓସେପାକୁ ଡିଇଇଓ ଚିଠି । ପୂର୍ବରୁ ଶିକ୍ଷକ ବଦଳି ଆବେଦନ ପାଇଁ ଅବଧି ମେ ୧୫ରୁ ୩୦ ପର୍ଯ୍ୟନ୍ତ ରହିଥିଲା । ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରାଯାଇଥିଲା ।

ଚିଠି ଅନୁସାରେ ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରେ ବଦଳି ପାଇଁ ଆବେଦନ କରିହେବ । ଜୁନ୍ ୯ରୁ ୧୬ ଭିତରେ ଯାଞ୍ଚ ପ୍ରକ୍ରିୟା ହେବ । ଜୁଲାଇ ୧୮ରେ ବଦଳି ତାଲିକା ଦେଖି ହେବ । ଏହି ତାଲିକା ଓସେପା ଓ୍ୱେବସାଇଟରେ ଉପଲବ୍ଧ ହେବ । ଏବଂ ଜୁଲାଇ ୨୫ ସୁଦ୍ଧା ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଶେଷ ହେବ ।

Leave a Reply

Your email address will not be published. Required fields are marked *