Govt Takes Tough Stance to reduce Road Accidents; Vehicles to be seized for Rule Violations

ପରିବହନ ବିଭାଗ ପକ୍ଷରୁ ଗାଡ଼ି ଯାଞ୍ଚ ନେଇ ପୋଲିସକୁ ଅଧିକ କ୍ଷମତା ଦେବା ପ୍ରସ୍ତାବକୁ ଘରୋଇ ବସ୍‌ ଏବଂ ଟ୍ରକ ମାଲିକ ସଂଘ ପକ୍ଷରୁ ମଙ୍ଗଳବାର ବିରୋଧ କରାଯାଇଛି। ଏହାଦ୍ବାରା ଗାଡ଼ି ଚାଳକ ଅସୁବିଧାରେ ପଡ଼ିବେ, ପୋଲିସ ଜୁଲମ ବଢ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରିକି ପୋଲିସ କ୍ଷମତାର ଅପବ୍ୟବହାର କରିବ ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି।

ସଂଘ କହିଛି ଏହାଦ୍ବାରା ଗାଡ଼ି ଚାଳକ ଅସୁବିଧାରେ ପଡ଼ିବେ, ପୋଲିସ ଜୁଲମ ବଢ଼ିବ । ପୋଲିସ କ୍ଷମତାର ଅପବ୍ୟବହାର କରିବ ବୋଲି ମିଳିତ ଅଭିଯୋଗ ।ଏବେ ପୋଲିସ ବେଆଇନ ଚାଲାଣ କାଟିବାର ନଜିର ରହିଛି ।ପରିବହନ ବିଭାଗ ତା କାମ କରୁ, ପୋଲିସ ଆଇନଶୃଙ୍ଖଳା ଦେଖୁ । ଗାଡ଼ି ଯାଞ୍ଚ କରିବା ପୋଲିସର କାମ ନୁହେଁ । ଯଦି ସରକାର ଏପରି କିଛି ନିଷ୍ପତ୍ତି ନିଅନ୍ତି ତାହେଲେ ଆନ୍ଦୋଳନ କରିବୁ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ଘରୋଇ ବସ ମାଲିକ ସଂଘ । ଗାଡ଼ି ଯାଞ୍ଚ ନେଇ ପୋଲିସ କ୍ଷମତାର ପୁନର୍ବିଚାର କରିବାକୁ ଦାବି ହୋଇଛି । ଏହା ସହିତ ରାଜ୍ୟରେ ସାଧାରଣ ପରିବହନ ଆଇନକୁ ସୁଗମ କରିବାକୁ ଦାବି କରିଛି ସଂଘ ।

Leave a Reply

Your email address will not be published. Required fields are marked *