ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା । ପଶ୍ଚିମବଙ୍ଗରେ ଓଡ଼ିଶାର ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନଯାଉଣୁ ହାଇଦ୍ରାବାଦର ପେଟବଶିରାବାଦର କୋମପାଲି ଅଞ୍ଚଳରେ ଓଡ଼ିଶାର ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍ବାମୀ ଓଡ଼ିଶା ଆସିଥିବା ବେଳେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ।

ସୂଚନା ଯୋଗ୍ୟ; ଭୁବନେଶ୍ବର ଭରତପୁର ଅଞ୍ଚଳର ମହିଳା  ୬ ମାସ ପୂର୍ବେ ହାଇଦ୍ରାବାଦରେ ଥିବା ସ୍ଵାମୀଙ୍କ ପାଖକୁ ଯାଇଥିଲେ । ସେଠାରେ ମହିଳା ଜଣକ ଶ୍ରମିକଙ୍କ ପିଲାଙ୍କ ପାଠ ପଢା ଦାୟିତ୍ବରେ ଥିଲେ । ଗତ ୧୧ ତାରିଖରେ ତାଙ୍କ ସ୍ବାମୀ ପୁଅକୁ ଧରି ଓଡ଼ିଶା ଆସିଥିଲେ।

ଘରେ କେହି ନଥିବାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ସ୍ବାମୀ ହାଇଦ୍ରାବାଦରେ ପହଞ୍ଚିବା ବେଳକୁ ପତ୍ନୀଙ୍କ ସହ ଏଭଳି ହୋଇଥିବା ସେ ଜାଣିବାକୁ ପାଇଛନ୍ତି। ମୃତକଙ୍କ ପରିବାର ଲୋକେ ହାଇଦ୍ରାବାଦରେ ମାମଲା ରୁଜୁ କରାଯାଇଛି । ଏହା ସହ ଭରତପୁର ଥାନାରେ ଅଭିଯୋଗ ହୋଇଛି। ହତ୍ୟା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ ।ଘଟଣାର ସତ୍ୟାସତ୍ୟ ଜାଣିବା ସହ ଏଥିରେ କିଏ ସାମିଲ ତାକୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *