Odia Film Producer Rabi Swain Passes Away
ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ ଘଟିଛିି । ସେ ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ।  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।
 
ପିପିଲି ଅଞ୍ଚଳର ଜଣେ ପରିଚିତ ବ୍ୟକ୍ତିତ୍ୱ, ଶିକ୍ଷାବିତ୍ ଓ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ, ରବି ସ୍ୱାଇଁ ତାଙ୍କ କାର୍ଯ୍ୟଜୀବନରେ ଅନେକ ସଫଳ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଏବଂ ନୂତନ ପ୍ରତିଭାମାନଙ୍କୁ ସୁଯୋଗ ଦେଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଥିବା ରବି ସ୍ୱାଇଁ ଜୋର ଯାର ମୂଲକ ତାର, କି ହେବ ଶୁଆ ପୋଷିଲେ, ଉଦଣ୍ଡୀ ସୀତା ଓ ପଞ୍ଜୁରୀ ଭିତରେ ଶାରୀ ଫିଲ୍ମରେ ପ୍ରଯୋଜକ ଥିଲେ ।
 
ତାଙ୍କର ମୃତ୍ୟୁ ଖବର ପାଇବା ପରେ ସିନେମା, ସଂଗୀତ ଜଗତର ଓ ଗଣମାଧ୍ୟମର ବ୍ୟକ୍ତିବିଶେଷ ତାଙ୍କ ଶେଷ ଦର୍ଶନ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *