ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବେ କିଶୋର ଜେନା । ଜାଭେଲିନ୍ ଥ୍ରୋରେ ନୀରଜଙ୍କ ସହ ମୈଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। କ୍ବାଲିଫିକେସନ୍ ରାଉଣ୍ଡରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି କିଶୋର । ଭଲ ପ୍ରଦର୍ଶନ ସହ ପରବର୍ତ୍ତୀ ରାଉଣ୍ଡକୁ ଯିବାକୁ ଆଶା ରଖିଛନ୍ତି । ୧.୫୦ରେ ଗ୍ରୁପ-ଏ କ୍ୱାଲିଫିକେସନ ରାଉଣ୍ଡ ହେବ ।

୨୦୨୨ ଏସିଆନ ଗେମ୍ସରେ କିଶୋର ରୌପ୍ୟ ପଦକ ହାତେଇଥିଲେ। ୮୭.୫୪ ମିଟର ଦୂର ଜାଭଲିନ ଫିଙ୍ଗି ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ୨୦୨୩ ବୁଦାପେଷ୍ଟ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପଞ୍ଚମ ସ୍ଥାନ ଅଧିକାର କରିଥିଲେ କିଶୋର।

Leave a Reply

Your email address will not be published. Required fields are marked *