ବାରବାଟୀ ଫ୍ଲଡଲାଇଟ ବିଭ୍ରାଟ ଘଟଣାରେ ରାଜ୍ୟ ସରକାରଙ୍କ ନୋଟିସର ଉତ୍ତର ଦେଲା ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଆଜି ଓସିଏ ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ପଙ୍କଜ ଲୋଚନ ମହାନ୍ତି। ଆଜି ବିଧିବଦ୍ଧଭାବେ ଦାୟିତ୍ବ ଗ୍ରହଣ କଲେ ପଙ୍କଜ । ଏହା ପରେ ନବ ନିର୍ବାଚିତ ସଭାପତି ପଙ୍କଜ ଲୋଚନ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ସରକାର ମାଗିଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଦିଆଯାଇଛି। ଏଣିକି ମ୍ୟାଚ ବେଳେ ଅଧିକ ସତର୍କ ହେବ ଓସିଏ । ପ୍ରତି ଫ୍ଲର୍ଡ୍‌ ଲାଇଟ ପାଖରେ ଜେନେରେଟର ବ୍ୟବସ୍ଥା ରହିବ ।

ସୂଚନା ଯୋଗ୍ୟ; ବାରବାଟୀରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ତେବେ ମ୍ୟାଚର ଦ୍ୱିତୀୟ ଇନିଂସରେ ମ୍ୟାଚ୍‌ ଫ୍ଲଡ୍‌ଲାଇଟ୍ସ ଯୋଗୁଁ ପ୍ରଭାବିତ ହୋଇଥିଲା। ଭାରତୀୟ ଇନିଂସର ଷଷ୍ଠ ଓଭର ପରେ ଫ୍ଲଡ୍‌ଲାଇଟ୍ସର ଗୋଟିଏ ଟାୱାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ୍‌କୁ ବନ୍ଦ କରାଯାଇଥିଲା।

Leave a Reply

Your email address will not be published. Required fields are marked *