ତାମିଲନାଡୁର ଡିଣ୍ଡିଗୁଲ ଜିଲ୍ଲା ଅନ୍ତର୍ଗତ ଥେନିର ଜଣେ ନର୍ସିଂ ଛାତ୍ରୀଙ୍କୁ ଜଣେ ଦୁବୃତ୍ତ ଅପହରଣ କରିବା ପରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଡିଣ୍ଡିଗୁଲ ରେଳ ଷ୍ଟେସନ ନିକଟରେ ଛାଡି ଦେଇଥିଲେ। ସେଠାରେ ସେ ପୁଲିସର ସହାୟତା ଲୋଡ଼ିଥିଲେ ବୋଲି ଡିଣ୍ଡିଗୁଲ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରଦୀପ କହିଛନ୍ତି।

ପୀଡ଼ିତାଙ୍କୁ ଡିଣ୍ଡିଗୁଲ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ ଅଧିକାରୀ କହିଛନ୍ତି। ଦେଶରେ ଦୁଷ୍କର୍ମ ଘଟଣା ଦିନାନୁ ଦିନ ବଢିଚାଲିଛି। ନିକଟରେ କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପରିସ୍ଥିତି ଶାନ୍ତ ପଡିନଥିବା ବେଳେ ଏବେ ପୁଣି ଏକ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *