ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ବିଷଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନର୍ସିଙ୍ଗ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ନବରଙ୍ଗପୁର ମେଡିକାଲ୍ ରୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତରର କରାଯାଇଛି । ରାଇଘର ଅଞ୍ଚଳର ନର୍ସିଙ୍ଗ ଛାତ୍ରୀ କୋରାପୁଟ ଜିଲ୍ଲା ଜୟପୁର ଠାରେ ଏକ କଲେଜରେ BSC ନର୍ସିଂ ଦ୍ୱିତୀୟ ବର୍ଷ ର ଛାତ୍ରୀ ଅଟନ୍ତି । ଝିଅର ପୋଡ଼ଶୀ ଗ୍ରାମର ଜଣେ ଯୁବକ ସତ୍ୟଜିତ ସରକାର ଛାତ୍ରୀକୁ ଏକ ତରଫା ପ୍ରେମ କରୁଥିଲେ ଏବଂ ପୀଡିତାଙ୍କୁ ବାରମ୍ବାର ହଇରାଣ କରୁଥିଲେ । ସତ୍ୟଜିତ ଯୁବତୀଙ୍କୁ ବିଚ୍ ରାସ୍ତା ଉପରେ ମାରିବା ସହ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ । ଏଥିରେ ପୀଡିତା ଲୋକ ଲଜ୍ୟା ସହି ନପାରି ୧୭ ଜୁଲାଇରେ ଘରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଅଭିଯୁକ୍ତ ଯୁବକକୁ ଜୟପୁର ପୋଲିସ ଗିରଫ କରିଥିଲା । ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେ ବେଲରେ ଆସିଥିଲା । ତେବେ ପୋଲିସର ପରବର୍ତ୍ତୀ ପଦକ୍ଷେପ ସ୍ପଷ୍ଟ ହୋଇନି । ଭାଇରାଲ୍ ଫଟୋରେ ଥିବା ଯୁବକଙ୍କୁ ଆଜି ନବରଙ୍ଗପୁର ପୋଲିସ ଗିରଫ କରିଛି ଜୟପୁର ହସ୍ପିଟାଲରେ ସିକ୍ୟୁରିଟି ଗାର୍ଡ ଭାବେ ଯୁବକ କାର୍ଯ୍ୟ କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ୍ କରିଥିବା ଯୁବକଙ୍କୁ ସେ ଫୋଟୋ ଦେଇଥିବା ଜଣାପଡିଛି । ଭାଇରାଲ୍ କରିଥିବା ଯୁବକ ଏବେ ଫେରାର ଅଛି । Post navigation ନାରୀ ନ୍ୟାୟ ପାଇଁ ଲଢ଼ିବ ନାରୀ ନ୍ୟାୟ ବାହିନୀ: ଭକ୍ତଚରଣ ଦାସ FM ଛାତ୍ରୀ ଆତ୍ମାହୁତି ମାମଲା: ଘଟଣାସ୍ଥଳରେ ଉପସ୍ଥିତଥିବା ୨ ଛାତ୍ରୀଙ୍କ ସାକ୍ଷ୍ୟଗ୍ରହଣ