ନୂଆପଡ଼ା ଜିଲ୍ଲା, ଖଡ଼ିଆଳର ଆର୍ ଆଣ୍ଡ ବି ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ପିପିଲି ଓ ନୂଆପଡ଼ା ସମେତ ସୁଶାନ୍ତ ସେଠୀଙ୍କ ୮ଟି ସ୍ଥାନରେ ଗତକାଲି ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ । ସୂଚନା ଅନୁଯାୟୀ ରେଡ୍ରେ ୫୫ ଲକ୍ଷର ଜମା, ପ୍ରାୟ ଦେଢ଼ କେଜି ସୁନା, ୩ଟି ବହୁତଳ କୋଠା, ଗୋଟିଏ ଫାର୍ମ ହାଉସ୍, ୯ଟି ପ୍ଲଟ୍,୨ଟି ଚାରିଚକିଆ ଏବଂ ୧୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଆସବାବପତ୍ର ମିଳିଥିଲା । ତାଙ୍କର ସଂପତ୍ତି ଆକଳନ କରିବା ପରେ ସୁଶାନ୍ତ ସେଠୀଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିବା ସୂଚନା ମିଳିଛି । Post navigation ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ ଓ ହୋମ୍ଗାର୍ଡ କେନ୍ଦୁଝର SDJM କୋର୍ଟରେ ରାଜା ଚକ୍ରଙ୍କ ଜାମିନ୍ ଖାରଜ