ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ । ବିଧାନସଭାରେ ବାଚସ୍ପତିଙ୍କ କୋଠରୀରେ ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ମାଆ ଓ ପତ୍ନୀଙ୍କ ସହ ଆସି ନୂଆ ବିଧାୟକ ଭାବେ ନେଲେ ଶପଥ । ନିର୍ବାଚନ ଜିତିବା ପରେ ଜୟ ପ୍ରଥମ ଥର ପାଇଁ ବିଧାନସଭାରେ ପାଦ ଥାପିଥିଲେ । ଜୟଙ୍କ ସହିତ ମା, ପତ୍ନୀ ଏବଂ ଦୁଇ ଝିଅ ବିଧାନସଭାକୁ ଆସିଥିଲେ । ଏହା ପରେ ସପରିବାରର ଉପସ୍ଥିତିରେ ଜୟ ଶପଥ ଗ୍ରହଣ କରିଥିଲେ । ସୂଚନା ଯୋଗ୍ୟ; ୨୦୨୪ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ଢୋଲକିଆ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୨୫ ମସିହାରେ ଅସୁସ୍ଥତା ଯୋଗୁ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଯାହାପରେ ନୂଆପଡ଼ାରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଥିଲା । ଏହା ପରେ ନୂଆପଡା ଉପନିର୍ବାଚନରେ ୮୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ଜୟ । ଉପନିର୍ବାଚନରେ ଜୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଥିଲେ । ତାଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଖଣ୍ଡ ଭୋଟ୍ ମିଳିଥିଲା । Post navigation Low Pressure: ପୁଣି ଭିଜିବ ଓଡ଼ିଶା, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ School Uniform Delay: ପିଲାଙ୍କୁ ୟୁନିଫର୍ମ ଦେବାରେ ବିଳମ୍ବ କରୁଥିବା SHGକୁ ବାତିଲ୍ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ